ମୋ ସିକ୍ୟୁରିଟି ଗାର୍ଡଙ୍କ ଦ୍ବାରା ଚାପୁଡ଼ା ଖାଇଥିଲେ ମିକା-କପିଲ: କେଆରକେ

Advertisment

କଟରେ ଏକ ସାକ୍ଷାତକାରରେ ମିକା ସିଂ ପ୍ରକାଶ କରିଥିଲେ ଯେ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା କେ.ଆର.କେଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କୁ ପିଟିବାକୁ ଚାହୁଁଥିଲେ। ଏବେ ନିଜର ପକ୍ଷ ରଖିଛନ୍ତି କେଆରକେ।

କଟରେ ଏକ ସାକ୍ଷାତକାରରେ ମିକା ସିଂ ପ୍ରକାଶ କରିଥିଲେ ଯେ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା କେ.ଆର.କେଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କୁ ପିଟିବାକୁ ଚାହୁଁଥିଲେ। ଏବେ ନିଜର ପକ୍ଷ ରଖିଛନ୍ତି କେଆରକେ।

wertqwer

ମୁମ୍ବାଇ: ନିଜକୁ ସିନେ ସମୀକ୍ଷକ ବୋଲି ଦାବି କରୁଥିବା କମଲ ଆର ଖାନ(କେଆରକେ) ତାଙ୍କ ବିବୃତ୍ତି ହେତୁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି | ଫିଲ୍ମ ରିଲିଜ ହେଲେ ଏହା ବିଷୟରେ ଆଲୋଚନା କରି ସେ ଅନେକ କଳାକାରଙ୍କୁ ଟାର୍ଗେଟ କରନ୍ତି, ଯେଉଁଥି ପାଇଁ ସେ ବିବାଦୀୟ ହୋଇପଡନ୍ତି | କିଛି ଦିନ ତଳେ ତାଙ୍କୁ ମାଡ଼ ମାରିବା ପାଇଁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଘରକୁ ଯାଇଥିଲେ ବୋଲି ଜଣାଇଥିଲେ ପଞ୍ଜାବୀ ଗାୟକ ମିକା ସିଂ। ଏ‌ହି ଘଟଣାକୁ ନେଇ ଏବେ ନିଜର ପକ୍ଷ ରଖିଛନ୍ତି କେଆରକେ।

ସେ କହିଛନ୍ତି, "ମିକା ସିଂହ ଦାବି କରିଥିଲେ ଯେ, ସେ ଏବଂ କପିଲ ଶର୍ମା ମୁମ୍ବାଇରେ ଥିବା ମୋ ଘରକୁ ଆସିଥିଲେ ଏବଂ ମୋ ସହିତ ଖରାପ ବ୍ୟବହାର କରିଥିଲେ। ଆପଣମାନେ ସମସ୍ତେ ଘଟଣାଟି ଗୁଗୁଲ୍ କରିପାରିବେ। ପ୍ରକୃତରେ, ସେ ଏବଂ କପିଲ ଉଭୟ ସେହି ରାତିରେ ମଦ୍ୟପାନ କରିଥିଲେ। ସେମାନେ ମୋ ଘରକୁ ଆସିଥିଲେ ଏବଂ ମୋତେ ଭେଟିବାକୁ ଚାହୁଛନ୍ତି ବୋଲି ସୁରକ୍ଷା କର୍ମୀଙ୍କୁ କହିଥିଲେ। କିନ୍ତୁ ସେ ସେମାନଙ୍କୁ ଭିତରକୁ ଛାଡ଼ି ନଥିଲେ। ତେଣୁ, ସେମାନେ ମୋ ଘର ତଳେ ଫଟୋ ଉଠାଇବା ପରେ ମୋତେ ଭେଟିବାକୁ ଜିଦ୍ କରିବାକୁ ଲାଗିଥିଲେ। ହେଲେ ମଦ୍ୟପାନ କରିଥିବାରୁ ସେମାନକୁ ଭିତରକୁ ଛଡ଼ାଯାଇନଥିଲା। ବାରମ୍ବାର ଭିତରକୁ ଯିବାକୁ ଜିଦ୍ କରିବାରୁ ମୋର ସୁରକ୍ଷାକର୍ମୀଙ୍କୁ ସେମାନଙ୍କୁ ଚାପୁଡ଼ା ମାରିବାକୁ ପଡିଥିଲା। ଘରକୁ ଯିବା ପରେ ରାତିରେ କପିଲ କିଛି ଟ୍ୱିଟ୍ କରିଥିଲେ। ସକାଳେ ଯେତେବେଳେ ମୁଁ ସେଗୁଡ଼ିକୁ ଦେଖିଲି, ମୁଁ ସେହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇଥିଲି।"

ସେ ଆହୁରି କହିଛନ୍ତି, "ମିକା ମୋ ପଡୋଶୀ ହୋଇଥିବାରୁ ମୁଁ ଘଟଣା ବିଷୟରେ ପଚାରିବା ପାଇଁ ତାଙ୍କ ଘରକୁ ଯାଇଥିଲି। ଆଉ ଥରେ ଏଭଳି କରିବାକୁ ସାହସ କରିବନି ବୋଲି କହିବା ପରେ ମିକା ମୋତେ କ୍ଷମା ମାଗିଥିଲେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe