କପିଲ ଶର୍ମାଙ୍କ ବାହାଘର ପ୍ରସଙ୍ଗରେ କ’ଣ କହିଲେ ସୁନୀଲ ଗ୍ରୋଭର

କପିଲ ଶର୍ମାଙ୍କ ବାହାଘର ପ୍ରସଙ୍ଗରେ କ’ଣ କହିଲେ ସୁନୀଲ ଗ୍ରୋଭର

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା ଏଇ ମାସ ୧୨ ତାରିଖରେ ନିଜର ପ୍ରେମିକା ଗିନ୍ନୀ ଚତରଥଙ୍କୁ ବିବାହ କରୁଛନ୍ତି।ଗିନ୍ନୀ ଓ କପିଲଙ୍କର ପ୍ରଥମ ସାକ୍ଷାତ ଜଳନ୍ଧରରେ ଏଚଏମ୍‌ବି କଲେଜରେ ପଢୁଥିବା ବେଳେ ହୋଇଥିଲା। ସେ ସମୟରେ ପକେଟ୍‌ ମନି ଲାଗି ନାଟକରେ ନିର୍ଦ୍ଦେଶନା ଦେଉଥିଲେ। ୨୦୦୫ରେ ଏକ ଅଡିସନ୍‌ ସମୟରେ ଗିନ୍ନୀଙ୍କ ସହିତ କପିଲଙ୍କର ସାକ୍ଷାତ ହୋଇଥିଲା। ସେବେଠାରୁ କପିଲ ଓ ଗିନ୍ନୀ ପରସ୍ପର ସହିତ ନିୟମିତ ଭାବେ କଥା ହେଉଥିଲେ। ଦୁହେଁ ବିବାହ କରୁଥିବା ହେତୁ ଅନେକ ଲୋକ ଖୁସି ଜାହିର କରିଛନ୍ତି ।
ହେଲେ ଏ ସଂପର୍କରେ କପିଲଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁନୀଲ ଗ୍ରୋଭର କ’ଣ କହିଛନ୍ତି ଜାଣନ୍ତି!

publive-image
ସୁନୀଲ ଗ୍ରୋଭର୍‌ ନିଜର ନୂଆ ସୋ’ ‘କାନପୁରବାଲେ ଖୁରାନାଜ୍‌’ର ଲଞ୍ଚ ସମୟରେ ସାମ୍ବାଦିକମାନଙ୍କ ସହ କଥା ହେଉଥିଲେ। ଏହି ସମୟରେ ସାମ୍ବାଦିକମାନେ ଜାଣିବାକୁ ଚାହିଁଲେ ଯେ,କପିଲ ଶର୍ମାଙ୍କ ବାହାଘରକୁ ନେଇ ତାଙ୍କର ମନରେ କ’ଣ ଅଛି। ଏହାର ଉତ୍ତରରେ ସୁନୀଲ କହିଥିଲେ କି,‘ମୁଁ ବହୁତ ଖୁସି ,କପିଲଙ୍କୁ ବାହାଘରର ଶୁଭକାମନା ଜଣାଉଛି। ଆମେ ଦୁହେଁ ମିଳିକି ବହୁତ ଭଲ କାମ କାମ କରିଥିଲୁ। ଏବେ ସେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରୁଛନ୍ତି। ମୁଁ ଆଶା କରୁଛି ଯେ,ସେ ଏମିତି ହସୁଥାଆନ୍ତୁ ଓ ଲୋକମାନଙ୍କର ମନୋରଂଜନ କରୁଥାନ୍ତୁ। କପିଲ ଶର୍ମା ଜଣେ ପ୍ରତିଭାବାନ୍‌ କଳାକାର।
ସୁନୀଲ ଗ୍ରୋଭରଙ୍କ ‘କାନପୁରବାଲେ ଖୁରାନାଜ୍‌’ ଓ କପିଲ ଶର୍ମାଙ୍କର ଆଗାମୀ ସୋ’ ଏକା ସମୟରେ ପ୍ରସାରିତ ହେବ। ‘କାନପୁରବାଲେ ଖୁରାନାଜ୍‌’ର ଆଗାମୀ ଡିସେମ୍ବର ୧୫ ତାରିଖରେ ଷ୍ଟାରପ୍ଲସ ଚାନେଲ୍‌ରେ ପ୍ରସାରଣ ଆରମ୍ଭ ହେବ। ଏହାର ପ୍ରଥମ ଏପିସୋଡରେ ନୂଆ ସିନେମା ‘ସିମ୍ବା’ର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବଂ ନାୟକ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିବ।
‘କାନପୁରବାଲେ ଖୁରାନାଜ୍‌’ର ଲଞ୍ଚ ଅବସରରେ ଅପାରଶକ୍ତି ଖୁରାନା,ଉପାସନା ସିଂହ ଓ ଅଲ୍ଲୀ ଅସଗରଙ୍କ ସହିତ ଏହାର ସମସ୍ତ ମୁଖ୍ୟ କଳାକାରମାନେ ଉପସ୍ଥିତ ଥିଲେ।

publive-image
ଅତୀତରେ କପିଲ ଶର୍ମାଙ୍କ ସହ ସୁନୀଲ ଡାକ୍ତର ଗୁଲାଟି ଚରିତ୍ରରେ ବେଶ୍‌ ମଜାଦାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe