‘ଦି କପିଲ ଶର୍ମା ସୋ’ରେ ଏବେ କପିଲଙ୍କୁ ଦେଖିବାକୁ ମିଳିବନି

Advertisment
‘ଦି କପିଲ ଶର୍ମା ସୋ’ରେ ଏବେ କପିଲଙ୍କୁ ଦେଖିବାକୁ ମିଳିବନି

The Indian Express

ଏଥର ବି କପିଲଙ୍କ ପ୍ରଶଂସକମାନଙ୍କୁ ନିରାଶ ହେବାକୁ ପଡ଼ିବ। କାହିଁକି ନା ‘ଦି କପିଲ ଶର୍ମା ସୋ’ରେ ଏବେ କପିଲଙ୍କୁ ଦେଖିବାକୁ ମିଳିବନି। ସୋ’ରେ ଅନୁପସ୍ଥିତ ରହିବା କିଛି ନୂଆ କଥା ନୁହେଁ, ହେଲେ ଥରକୁ ଥର ସେ ଯଦି ଏମିତି ବଗୁଲିଆମି କରନ୍ତି, ତେବେ ନିୟମିତ ଭାବେ ତାଙ୍କ ହସ ଦରବାର ଦେଖି ଆସୁଥିବା ଦର୍ଶକ ନିରାଶ ଆଉ ହତାଶ ହେବେ। କଥାଟା ସେମିତି କିଛି ଗୁରୁତର ବା ଭୟାବହ ନୁହେଁ, କାର୍ଯ୍ୟାଳୟକୁ ନିୟମିତ ଆସୁଥିବା ଜଣେ କର୍ମଚାରୀ ଯଦି ତାଙ୍କ ବ୍ୟକ୍ତିଗତ ଜୀବନରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଅନୁପସ୍ଥିତ ରହନ୍ତି, ତେବେ କାର୍ଯ୍ୟାଳୟ କ’ଣ ବନ୍ଦ ହେଇଯିବ? ଅବଶ୍ୟ ଦର୍ଶକଙ୍କୁ ଏ ପ୍ରଶ୍ନ ପଚାରିଲେ ଉପଯୁକ୍ତ ଉତ୍ତର ମିଳିବ। ଜଣେ କି ଦି’ଜଣ ନୁହେଁ କପିଲ ଶର୍ମା କମେଡି ସୋ’ର ସବୁ ଦର୍ଶକ ଏହା ଜାଣନ୍ତି ଯେ କପିଲଙ୍କ ବିନା ‘ଦ କପିଲ୍ ଶର୍ମା କମେଡି ସୋ’ ଅସଂପୂର୍ଣ୍ଣ। ଏଇ ସୋ’ରେ ସେ ତ ମୁଖ୍ୟ ନାୟକ। ସହ କଳାକାର ହୁଅନ୍ତୁ ବା ଆମନ୍ତ୍ରିତ ଅତିଥି ଅଥବା ଦରବାରରେ ବସିଥିବା ଦର୍ଶକ କାହାକୁ ଯଦି ସେ ଟିକିଏ କ’ଣ ଠୁଙ୍କି ଦିଅନ୍ତି, ତେବେ ସେମାନଙ୍କ ପାଦରୁ ମୁଣ୍ଡଯାଏ ଶିରିଶିରି ହେଇଯାଏ। ପୁଣି ସେମାନଙ୍କ ତୁଣ୍ଡରୁ ବି କପିଲଙ୍କ ସହ ତାଳ ଦେବାଭଳି ଅନୁରୂପ ହାସ୍ୟରସର ଫୁଆର ବାହାରିଅଆସେ। ଏହା ଟିଭି ସାମ୍ନାରେ ବସିଥିବା ଲକ୍ଷ ଲକ୍ଷ ଦର୍ଶକଙ୍କୁ ବେଦମ୍ ହସର ଖୋରାକ ଯୋଗାଏ।

publive-image bizasialive.com

ତେବେ ଏଥର କପିଲ୍ କାହିଁକି ସୋ’ରେ କିଛି କହିବେନି? କାରଣ ସେ ସୋ’କୁ ଆସିବେନି। ଆଗାମୀ ଜୁନ ମାସ ମଧ୍ୟଭାଗରୁ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ଭ୍ରମଣରେ ଯାଉଛନ୍ତି। ସେଥିପାଇଁ ତାଙ୍କୁ ନେଇ ସଂପୃକ୍ତ ଚ୍ୟାନେଲ୍ ପକ୍ଷରୁ ଘୋଡ଼ାଦୌଡ଼ ରୀତିରେ ସୁଟିଂ ଚାଲିଛି। କେତେକ କହୁଛନ୍ତି- ଗତବର୍ଷ ଜାନୁଆରିରେ ବି କପିଲ ଏମିତି ବଗୁଲିଆମି କରିଥିଲେ। କହିଲେ ମୁଁ ଏବେ ମାସେ ପର୍ଯ୍ୟନ୍ତ ସୋ’କୁ ଆସିପାରିବିନି। କାହିଁକି ସୋ’କୁ ଆସିବନି, ପ୍ରଶ୍ନରେ କପିଲ୍ ଉତ୍ତର ଦେଇଥିଲେ- ମୋ ସହଧର୍ମିଣୀ ଏବେ ଦ୍ବିତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି, ତେଣୁ ମୁଁ ନିରୋଳା ମୋ ଘରେ ପରିବାର ସଦସ୍ୟଙ୍କୁ ସମୟ ଦେବି। ତାହା ହିଁ ହେଲା। କପିଲ୍ ଶର୍ମା ଗିନୀ ଚତରଥଙ୍କୁ ୨୦୧୮ରେ ବିବାହ କରିଥିଲେ। ତାଙ୍କର ପୁଅ ଅନାୟରା ଓ ଝିଅ ତ୍ରିଶାନ୍ ନାମରେ ଦୁଇଟି ସନ୍ତାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe