ଏଥର କପିଲଙ୍କ ସୋ’ ହେବ ‘ଦମ୍ପତି ସ୍ବତନ୍ତ୍ର’

Advertisment
ଏଥର କପିଲଙ୍କ ସୋ’ ହେବ ‘ଦମ୍ପତି ସ୍ବତନ୍ତ୍ର’

Hindustan Times

ଲକ୍‌ଡାଉନ୍‌ ପରେ ବିଭିନ୍ନ କଟକଣା ଓ ସତର୍କତା ଭିତରେ ଆରମ୍ଭ ହୋଇଛି ‘ଦ କପିଲ ଶର୍ମା ସୋ’ର ସୁଟିଂ। ଗତ ଥର ଲକ୍‌ଡାଉନ୍‌ ହିରୋ ସୋନୁ ସୁଦ୍‌ଙ୍କୁ ସୋ’ରେ ଦେଖିବାକୁ ମିଳିଥିଲା। ଏଥରର ସୋ’ ଆହୁରି ନିଆରା ଓ ଖାସ୍‌ ରହିବ। କାରଣ ଏହି ଶନିବାର ‘ଦ କପିଲ ଶର୍ମା ସୋ’ ହେବ ‘ଦମ୍ପତି ସ୍ବତନ୍ତ୍ର’। ସୋ’ରେ ଅର୍ଚ୍ଚନା ପୁରନ୍‌ ସିଂହଙ୍କ ସହ ତାଙ୍କ ସ୍ବାମୀ ପରମିତ୍‌ ସେଠୀ, କ୍ରିଷ୍ଣାଙ୍କ ପତ୍ନୀ କାଶ୍ମୀରା ଓ କିକୁ ସାରଦାଙ୍କ ସହ ପତ୍ନୀ ପ୍ରିୟଙ୍କା ସାରଦାଙ୍କୁ ଏକାସାଙ୍ଗେ ଦେଖିବାକୁ ମିଳିବ। ସୋ’ରେ ୨୮ ବର୍ଷ ଧରି ଏକ ସଫଳ ବୈବାହିକ ଜୀବନ କାଟି ସାରିଥିବା ଦମ୍ପତି ଅର୍ଚ୍ଚନା ଓ ପରମିତ୍‌ଙ୍କ ପ୍ରେମ ଓ ବିବାହର କାହାଣୀ କମେଡି ଅନ୍ଦାଜ୍‌ରେ ଦେଖିବାକୁ ମିଳିବ।

ସୋ’ରେ କପିଲ, ପରମିତ୍‌ଙ୍କୁ ପଚାରିଛନ୍ତି, ଅର୍ଚ୍ଚନା ତୁମକୁ କେମିତି ବିବାହ ପାଇଁ ରାଜି କରାଇଥିଲେ। ଏହାର ଜବାବ୍‌ରେ ପରମିତ୍‌ କହିଛନ୍ତି, ଅର୍ଚ୍ଚନା ମତେ ବିବାହ କରିବାକୁ ବାଧ୍ୟ କରିଥିଲେ। ଏମିତି ପରିସ୍ଥିତି ସୃଷ୍ଟି କରିଥିଲେ ଯେ ମୁଁ ତାଙ୍କୁ ବାହା ହେବା ଛଡ଼ା ମୋ ପାଖେ ଅନ୍ୟ କୌଣସି ଉପାୟ ନଥିଲା। ଏଥିରେ ସମସ୍ତେ ହସିଥିଲେ ଓ ପରମିତ୍‌ ମଜା କରୁଛନ୍ତି ବୋଲି ଅର୍ଚ୍ଚନା କହିଥିଲେ। ଏହାପରେ ସେମାନେ ନିଜ ବିବାହ କାହାଣୀ କହିଥିଲେ। କିଭଳି ସେମାନେ ରାତି ୧୧ଟାରେ ପରସ୍ପରକୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ଓ ତା’ ପର ଦିନ ପୂର୍ବାହ୍ନ ୧୧ଟାରେ ସେମାନେ କେମିତି ବିବାହ କରିଥିଲେ ସେ କାହାଣୀ ହସର ଫୁଆରା ସହ ଆସନ୍ତାକାଲି ସୋ’ରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe