କରଣ ଔଜଲାଙ୍କ କନସର୍ଟର ଟିକେଟ ଦାମ୍ ଶୁଣିଲେ ଉଡ଼ିବ ହୋସ୍

ଚର୍ଚ୍ଚାରେ ଲୋକପ୍ରିୟ ରାପର ତଥା ପଞ୍ଜାବୀ ଗାୟକ କରଣ ଔଜଲା। ନିଜ କନସର୍ଟ ପାଇଁ ଏବେ କରଣ ଚର୍ଚ୍ଚାରେ ଅଛନ୍ତି। ଭାରତରେ ସେ ଡିସେମ୍ବରରୁ 'ଇଟ୍ ୱାଜ୍ ଅଲ ଏ ଡ୍ରିମ୍ ଟୁର' ଆରମ୍ଭ କରିବେ। ଏବେ କନସର୍ଟର ଟିକେଟ ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

00

ନୂଆଦିଲ୍ଲୀ: 'ହୁସନ ତେରା ତୌବା ତୌବା' ଗୀତର ଗାୟକ କରଣ ଔଜଲା ଏବେ ଚର୍ଚ୍ଚାରେ । ‌ସେ ଡିସେମ୍ବରରେ ଭାରତର ବିଭିନ୍ନ ସହରରେ ତାଙ୍କର 'ଇଟ୍ ୱାଜ୍ ଅଲ ଏ ଡ୍ରିମ୍ ଟୁର' ଆରମ୍ଭ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହ କନସର୍ଟର ଟିକେଟ ବିକ୍ରି ହେବା ଆରମ୍ଭ ହୋଇଗଲାଣି। ବୁକମାଇଁସୋ’ରୁ ଲୋକେ ଟିକେଟ ବୁକ୍ କରୁଛନ୍ତି। ତେବେ ଏଥିରେ ଥିବା ସର୍ବାଧିକ ଟିକେଟ ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କନସର୍ଟ ପାଇଁ ସବୁଠାରୁ ମହଙ୍ଗା ଟିକେଟ୍ ମୂଲ୍ୟ ୧୫ଲକ୍ଷ ଟଙ୍କା ଥିବା କୁହାଯାଉଛି | 

ଖବର ଅନୁଯାୟୀ, ଏହି ୧୫ଲକ୍ଷର ଟିକେଟ ଆପଣ ଏକା ସାଙ୍ଗରେ ୧୫ଜଣକ ପାଇଁ ନେଇପାରିବେ, ଯେଉଁଥିରେ ୧୫ଜଣଙ୍କ ପାଇଁ ଭିଭିଆଇପି ବସିବା ସୁବିଧା, ଆଠଟି ବିଳାସପୂର୍ଣ୍ଣ ଏବଂ ଦୁଇଟି ପ୍ରିମିୟମ୍ ସାମ୍ପେନ୍ ବୋତଲ ଏବଂ ଅସୀମିତ ବିୟର ଓ ଏନର୍ଜି ଡ୍ରିଙ୍କ ମିଳିବ। ଏହା ବ୍ୟତୀତ ୨.୫ଲକ୍ଷ, ୫ଲକ୍ଷ ଏବଂ ୧୦ଲକ୍ଷ ମୂଲ୍ୟର ଟିକେଟ୍ ଉପଲବ୍ଧ ଥିବାବେଳେ ସର୍ବନିମ୍ନ ଟିକେଟ୍ ମୂଲ୍ୟ ରହିଛି ୧,୯୯୯ ।

ଲାଇଭ୍ ନେସନର ସହଯୋଗରେ ଟିମ୍ ଇନୋଭେସନ୍ ଦ୍ୱାରା ପ୍ରଯୋଜିତ ହୋଇଥିବା 'ଇଟ୍ ୱାଜ୍ ଅଲ ଏ ଡ୍ରିମ୍ ଟୁର' ଡିସେମ୍ବର ୭ରେ ଚଣ୍ଡିଗଡ଼ରେ ଆରମ୍ଭ ହେବ | ଏହା ପରେ ଡିସେମ୍ବର ୧୩ରେ ବେଙ୍ଗାଲୁରୁ, ଡିସେମ୍ବର ୧୫ ଏବଂ ୧୮ରେ ଦିଲ୍ଲୀ ଏନସିଆର ସମେତ ବିଭିନ୍ନ ସହରରେ ଏହି ଟୁର୍ ହେବ । ଶେଷ‌ରେ ଡିସେମ୍ବର ୨୧ରେ ମୁମ୍ବାଇରେ ଏହି ଟୁର୍ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe