କରଣ କ’ଣ ସତରେ କାନ୍ଦୁଥିଲେ?

Advertisment
କରଣ କ’ଣ ସତରେ କାନ୍ଦୁଥିଲେ?

Pinkvilla

ଅଭିନେତ୍ରୀ ନିତୁ କପୁର ଗତ ବୁଧବାର ୬୨ବର୍ଷରେ ପଦାର୍ପଣ କରିଥିବା ବ‌େଳେ ଏକ ଛୋଟ ଉତ୍ସବର ଆୟୋଜନ କରାଯାଇଥିଲା। ତାଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କ ପୁଅ ରଣବୀର କପୁର, ଝିଅ ରିଦ୍ଧିମାଙ୍କ ବ୍ୟତୀତ କରଣ ଜୋହରଙ୍କ ଉପସ୍ଥିତି ବି ଦେଖିବାକୁ ମିଳିଥିଲା। କରଣ ନିକଟ‌ରେ ଏକ ପୋଷ୍ଟରେ କହିଥିଲେ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବ୍ୟକ୍ତିବିଶେଷ ତାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ୍‌ କରିଥିବାରୁ ସେ ବିଷାଦଗ୍ରସ୍ତ ଅଛନ୍ତି। ମାତ୍ର ଏହି ଘଟଣା ପରେ କରଣ ନିତୁଙ୍କ ଜନ୍ମଦିନ ପାର୍ଟିରେ ଦେଖାଯିବା ପରେ ପୁଣି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବାକୁ ପଡ଼ିଛି। ଲୋକେ ସିଧାସଳଖ ପ୍ରଶ୍ନ କରିଛନ୍ତି, କରଣ କାନ୍ଦୁଥିବା କଥା ସତ ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe