ବିବାହକୁ କାହିଁକି ଡାକିଲନି; କରଣଙ୍କ ପ୍ରଶ୍ନର ଏଭଳି କଡ଼ା ଜବାବ ଦେଲେ ପ୍ରିୟଙ୍କା

Advertisment
ବିବାହକୁ କାହିଁକି ଡାକିଲନି; କରଣଙ୍କ ପ୍ରଶ୍ନର ଏଭଳି କଡ଼ା ଜବାବ ଦେଲେ ପ୍ରିୟଙ୍କା

ମୁମ୍ବାଇ: ଏବେ ଚର୍ଚ୍ଚାରେ ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ନିକଟରେ ତାଙ୍କର ୱେବ୍ ସିରିଜ୍ ସିଟାଡେଲ୍ ରିଲିଜ୍ ହୋଇଛି। ଉଭୟ ଦେଶ ତଥା ବିଦେଶରୁ ଏହି ସିରିଜ୍ ପାଇଁ ପ୍ରିୟଙ୍କାଙ୍କୁ ବହୁତ ଭଲ ପାଇବା ମିଳୁଛି। ଏହି ୱେବ୍ ସିରିଜରେ ପ୍ରିୟଙ୍କା ଆକ୍ସନ୍ କରୁଥିବାର ଦେଖିବାକୁ ମିଳିଛି। ତେବେ ୱେବ ସିରିଜ୍ ସହ ପ୍ରିୟଙ୍କା ଏବେ ନିଜର ଏକ ପୁରୁଣା ସାକ୍ଷାତକାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। କଫି ଉଇଥ୍ କରଣରେ ପ୍ରିୟଙ୍କା ପହଞ୍ଚିଥିବା ବେଳେ କରଣଙ୍କ ପ୍ରଶ୍ନର ସେ ଯେଉଁଭଳି ଭାବେ କଡ଼ା ଜବାବ ଦେଇଥିଲେ ‌ତାହା ଭାଇରାଲ ଭିଡିଓରେ ଦେଖାଯାଇଛି।

ଏହି ଭିଡିଓରେ ପ୍ରିୟଙ୍କା ଚୋପ୍ରା ଭାରତରେ ହୋଇଥିବା ତାଙ୍କ ବିବାହ ବିଷୟରେ କହିଥିଲେ। ପ୍ରିୟଙ୍କା କହିଥିଲେ ଯେ, ନିଜ ବିବାହରେ ମୁଁ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲି। ଆମର ବିବାହ ବହୁତ ମଜାଦାର ଥିଲା କାରଣ ସେଥିରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ସାଙ୍ଗ ସାମିଲ ହୋଇଥିଲେ। ଏହା ପରେ କରଣ ଜୋହର ପ୍ରିୟଙ୍କାଙ୍କୁ ଆମକୁ କାହାକୁ କାହିଁକି ନିମନ୍ତ୍ରଣ କରିନଥିଲ ବୋଲି ପଚାରିଥିଲେ। ଉତ୍ତରରେ ପ୍ରିୟଙ୍କା କହିଥିଲେ, ତୁମେ ମଧ୍ୟ ନିଜର ଅନେକ କାର୍ଯ୍ୟକ୍ରମକୁ ମୋତେ ନିମନ୍ତ୍ରଣ କରିନାହଁ। ପ୍ରିୟଙ୍କାଙ୍କ ଏହି ଉତ୍ତର ଶୁଣି କରଣ ଚୁପ ହୋଇଯାଇଥିଲେ।

ଭିଡିଓଟି ୨୦୧୯ର ହୋଇଥିଲେ ବି ଏବେ ତାହା ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe