କରଣଙ୍କ ରାଗର ଶିକାର ହୋଇଛନ୍ତି ଅଭିନେତ୍ରୀ, ୨ଟି ଫିଲ୍ମ ପରେ ଦେଉନାହାନ୍ତି କାମ

କରଣ ଜୋହରଙ୍କ ସହ କାମ କରିସାରିଥିବା ଏହି ଅଭିନେତ୍ରୀ କହିଛନ୍ତି ଯେ 'କଭି ଖୁସି କଭି ଗମ' ପରେ ଧର୍ମା ପ୍ରଡକ୍ସନ୍ସରୁ ତାଙ୍କୁ ଅନ୍ୟ କୌଣସି କାମ ମିଳି ନଥିଲା | ଅଭିନେତ୍ରୀଙ୍କ କଥାରେ ରାଗିଯାଇ କରଣ ତାଙ୍କୁ କାମ ଦେଇନଥିଲେ |

karanhima

ମୁମ୍ବାଇ: କରଣ ଜୋହର ଇଣ୍ଡଷ୍ଟ୍ରିର ସବୁଠୁ ବଡ ଚଳଚ୍ଚିତ୍ର ନିର୍ମାତା | ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ବହୁତ ଭଲ ପ୍ରଦର୍ଶନ କରେ | ନିର୍ଦ୍ଦେଶକ ଭାବରେ ମଧ୍ୟ ସେ ଦର୍ଶକଙ୍କୁ ସ୍ମରଣୀୟ ଚଳଚ୍ଚିତ୍ର ଦେଇଛନ୍ତି। ଚଳଚ୍ଚିତ୍ରରେ କରଣ ଜୋହରଙ୍କ କାଷ୍ଟିଂ ମଧ୍ୟ ବହୁତ ଭଲ | ସମସ୍ତେ ତାଙ୍କ ସହିତ ବାରମ୍ବାର କାମ କରିବାକୁ ଚାହାଁନ୍ତି | କିନ୍ତୁ ଏଭଳି ଜଣେ ଅଭିନେତ୍ରୀ ଅଛନ୍ତି, ଯିଏକି କରଣଙ୍କ ସହ 'କଭି ଖୁସି କଭି ଗମ'ରେ କାମ କରିଥିଲେ | କିନ୍ତୁ ଏହା ପରେ ତାଙ୍କୁ ଆଉ ଧର୍ମା ପ୍ରଡକ୍ସନ୍ସରୁ କୌଣସି କାମ ମିଳିନଥିଲା |  ଅଭିନେତ୍ରୀଜଣକ ହେଉଛନ୍ତି ହିମାନୀ ଶିବପୁରୀ |

ସେ 'କୁଛ କୁଛ ହୋତା ହେ' ଏବଂ 'କଭି ଖୁସି କଭି ଗମ' ଚଳଚ୍ଚିତ୍ର ପାଇଁ ଜଣାଶୁଣା | ଅଭିନେତ୍ରୀଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଛି ଯେଉଁଥିରେ ସେ କହିଥିଲେ, ବୋଧହୁଏ କରଣ ଜୋହର ତାଙ୍କ ଉପରେ ରାଗିଛନ୍ତି, ଯେଉଁଥିପାଇଁ ତାଙ୍କୁ ଫିଲ୍ମର ଅଫର ଦେଉନାହାନ୍ତି | ଅତୀତରେ ଘଟିଥିବା ଘଟଣା ବିଷୟରେ ଜଣାଇ ହିମାନୀ କହିଛନ୍ତି ଯେ, 'କଭି ଖୁସି କଭି ଗମ'ର ସୁଟିଂ ସରିବା ପରେ କରଣ ମୋ ପାଖକୁ ଆସିଥିଲେ ଏବଂ ଆପଣଙ୍କ ସହ କାମ କରି ଖୁସି ଲାଗିଲା ବୋଲି କହିଥିଲେ | ଉତ୍ତରରେ ମୁଁ କହିଥିଲି, ଆଗକୁ ଫିଲ୍ମର ଅଫର ଦେଲେ ଭଲ ଚରିତ୍ର ଦେବେ | ଏହା ପରଠୁ ସେ ଆଉ ମୋତେ କାମ ଦେଇନାହାନ୍ତି | ଥରେ ମୁଁ ଏହାର କାରଣ ବି ପଚାରିଥିଲି | ହେଲେ ସେ କହିଥିଲେ ଆପଣଙ୍କୁ ଫିଟ ବସିବା ଭଳି  ଚରିତ୍ର ଆସିନାହିଁ | ଆସିଲେ ନିଶ୍ଚିତ ଅଫର ଦେବି | ବୋଧହୁଏ ତାଙ୍କୁ ମୋ କଥା ପସନ୍ଦ ଆସିନଥିଲା  |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe