କରଣ ଜୋହରଙ୍କ ଅସଲ ନାଁକୁ ନେଇ ହେଲା ଖୁଲାସା, ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନାୟକକୁ ଦେଇ ସାରିଛନ୍ତି ନିଜ ନାଁ

Advertisment
କରଣ ଜୋହରଙ୍କ ଅସଲ ନାଁକୁ ନେଇ ହେଲା ଖୁଲାସା, ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନାୟକକୁ ଦେଇ ସାରିଛନ୍ତି ନିଜ ନାଁ

The Indian Express

ମୁମ୍ବାଇ : ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ନିଜ ଚାଟ୍‌ ସୋ’ କଫି ଉଇଥ୍‌ କରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋ’ର ଷଷ୍ଠ ସିଜିନ୍‌ ଚାଲିଥିବା ବେଳେ ଅତିଥି ହିସାବରେ ପହଞ୍ଚିଥିଲେ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ବିକି କୌଶଲ । ଦୁଇ ଜଣ ନିଜ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରାଜ୍‌ ଖୋଲିଥିଲେ । ସୋ’ ଚାଲୁଥିବା ବେଳେ ବିକି ଏବଂ ଆୟୁଷ୍ମାନଙ୍କ ସହ କରଣଙ୍କ ଏକ ରାଜ୍‌ ମଧ୍ୟ ଖୋଲିଥିଲା । କରଣ ଜୋହରଙ୍କ ଅସଲ ନାମ କ’ଣ ତାହା ଜଣା ପଡ଼ିଥିଲା ।

କରଣଙ୍କ କହିବା ଅନୁଯାୟୀ,ମୁଁ ଜନ୍ମ ହେବା ପରେ ମୋର ନାମ ରାହୁଲ କୁମାର ଜୋହର ଥିଲା । ଜନ୍ମପତ୍ରୀରେ ଏବେ ମଧ୍ୟ ମୋ ନାମ ରାହୁଲ ରହିଛି । କିନ୍ତୁ ଜନ୍ମ ହେବାର ୧୨ଦିନ ଦିନ ପରେ ମୋ ନାମ ରାହୁଲରୁ କରଣ ହୋଇ ଯାଇଥିଲା । କିନ୍ତୁ ଏବେ ବି ମୁଁ କରଣ କୁମାର ଜୋହର ହିଁ ଲେଖୁଛି ।

View this post on Instagram

Rahul, naam toh suna hi hoga! #KoffeeWithKaran #KoffeeWithAyushmann #KoffeeWithVicky

A post shared by Star World (@starworldindia) on

ତେବେ ଆପଣମାନେ ତ ଜାଣିଥିବେ, କରଣଙ୍କ ଅସଲ ନାମ ରାହୁଲ,ଶାହାରୁଖ୍‌ଙ୍କୁ ‘କୁଛ୍‌ କୁଛ୍‌ ହୋତା ହେ’ ଫିଲ୍ମରେ ମିଳିଥିଲା । ଯାହା ପରେ ‘ରାହୁଲ,ନାମ ତୋ ସୁନା ହି ହୋଗା’ ଡ଼ାଏଲଗ୍‌ ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe