‘ମୋ‌ ସେକ୍ସ ଲାଇଫ୍‌ ଏତେ ଭଲ ନୁହେଁ ଯେ ମୋତେ ସୋ’କୁ ଡକାଯିବ’ ବୟାନ ଉପରେ ପ୍ରତିକ୍ରିୟା ରଖିଲେ କରଣ

Advertisment
‘ମୋ‌ ସେକ୍ସ ଲାଇଫ୍‌ ଏତେ ଭଲ ନୁହେଁ ଯେ ମୋତେ ସୋ’କୁ ଡକାଯିବ’ ବୟାନ ଉପରେ ପ୍ରତିକ୍ରିୟା ରଖିଲେ କରଣ

ମୁମ୍ବାଇ: ନିକଟ‌ରେ ବଲିଉଡ୍‌ ଅଭିନେତ୍ରୀ ଦାପସୀ ପାନ୍ନୁଙ୍କର ଏକ ବୟାନ ଭାଇରାଲ୍‌ ହୋଇଥିଲା। ‌ଯେଉଁଥିରେ ତାଙ୍କୁ ‘କଫି ଉଇଥ୍‌ କରଣକୁ’ ଡକାଯିବା ପ୍ରସଂଗରେ ପ୍ରଶ୍ନ କରାଯିବାରୁ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ତାଙ୍କର ପ୍ରତିକ୍ରିୟାରେ କହିଥିଲେ ଯେ ‘ମୋ ସେକ୍ସ ଲାଇଫ୍‌ ଏତେ ବି ମନକୁ ଛୁଇଁଲା ପରି ନୁହେଁ ଯେ ମୋତେ କରଣଙ୍କ ସୋ’କୁ ଡକାଯିବ।’ କରଣଙ୍କ ସୋ’କୁ ନେଇ ଜଣେ ଅଭିନେତ୍ରୀଙ୍କର ଏପରି ବୟାନ ଖୁବ୍ ଚର୍ଚ୍ଚାରେ ରହିଥିଲା। ଏବେ ଅଭିନେତ୍ରୀଙ୍କର ସେହି ବୟାନଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସିନେ ନିର୍ଦ୍ଦେଶକ କରଣ ଜୋହର।

publive-image NDTV.com

‘କଫି ଉଇଥ୍‌ କରଣ’ର ସିଜିନ-୭ର ଶେଷ ଏପିସୋଡ୍‌ରେ କରଣ ଜୋହରଙ୍କୁ ତାପସୀ ପାନ୍ନୁଙ୍କୁ ସୋ’କୁ ଡାକିବା ପ୍ରସଂଗରେ ପଚରା ଯିବାରୁ ସେ ତାଙ୍କର ମତ ବ୍ୟକ୍ତି କରିଛନ୍ତି। କରଣ କହିଛନ୍ତି, ‘ସୋ’ର ମାତ୍ର ୧୨ଟା ଏପିସୋଡ୍‌। ଆମକୁ ଏପରି କମ୍ବିନେସନ ଯୋଡ଼ିବାକୁ ହୁଏ, ଯେଉଁଥିରେ ପରସ୍ପରଙ୍କ ସହ ଉକ୍ତ ତାରକାଙ୍କର ସଂଯୋଗ ଥାଏ। ମୁଁ ତାପସୀଙ୍କୁ ଏହା କହିବାକୁ ଚାହିଁବି ଯେ ମୁଁ ଯେବେ ତାଙ୍କୁ ସୋ’କୁ ଆସିବାକୁ ଅନୁରୋଧ କରିପାରିବି, ସେବେ ଆମେ ସାଥୀ ହୋଇ ଏକ ଉତ୍ସାହଜନକ ଟିମ୍‌ ହୋଇ କାମ କରିବୁ। ମାତ୍ର ଯଦି ତାପସୀ ସୋ’କୁ ଆସିବାକୁ ମନା କରିଦିଅନ୍ତି ତ ମୁଁ ଦୁଃଖୀ ହୋଇଯିବି।’

କରଣଙ୍କ ସୋ’ ‘କଫି ଉଇଥ୍‌ କରଣ’ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏହି ସୋ’କୁ ନେଇ ଅଭିଯୋଗ ହୋଇଥିଲା ଯେ ଏଠାରେ ଅଧିକାଂଶ ବ୍ୟକ୍ତିଗତ କଥା ହିଁ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe