news18.com
ମୁମ୍ବାଇ: ବଲିଉଡ୍ର ପ୍ରଥମ ମହିଳା ସୁପର୍ଷ୍ଟାର୍ ଶ୍ରୀଦେବୀଙ୍କ ମୃତ୍ୟୁକୁ ଇତି ମଧ୍ୟରେ ପାଖାପାଖି ୨ ବର୍ଷ ହୋଇ ଯାଇଥିଲେ ବି ଏବେ ମଧ୍ୟ ତାଙ୍କ ସ୍ମୃତି ସତେଜ ରହିଛି। ଏବେ ବି ଦର୍ଶକଙ୍କଠାରୁ ନେଇ ସହ-କଳାକାର ଓ ସିନେ ନିର୍ମାତା ଆଦି ବିଭିନ୍ନ ଲୋକେ ତାଙ୍କୁ କେବେ ନା କେବେ ସ୍ମରଣ କରୁଛନ୍ତି।
ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ନିକଟରେ ଶ୍ରୀଦେବୀଙ୍କୁ ମନେ ପକାଇବା ସହ ତାଙ୍କ ପରାମର୍ଶକୁ ଗ୍ରହଣ ନକରିଥିବା କାରଣରୁ ପଶ୍ଚାତାପ କରୁଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ‘କଲଙ୍କ’ ଚଳଚ୍ଚିତ୍ରରେ ବହାର ବେଗ୍ମଙ୍କ ଭୂମିକାରେ ଶ୍ରୀଦେବୀ ନଜର ଆସିଥାନ୍ତେ। ମାତ୍ର ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ଘଟିବା ପରେ ଏହି ଭୂମିକା ମିଳିଥିଲା ମାଧୁରୀ ଦୀକ୍ଷିତ୍ଙ୍କୁ। ଶ୍ରୀଦେବୀଙ୍କର ୨୦୧୮ ଫେବ୍ରୁଆରିରେ ମୃତ୍ୟୁ ଘଟିଥିବା ବେଳେ ଚଳଚ୍ଚିତ୍ରଟି ରିଲିଜ୍ ହୋଇଛି ୨୦୧୯ ମସିହା ଏପ୍ରିଲ୍ ମାସରେ।
YouTubeକରଣଙ୍କ କହିବା କଥା ହେଲା ଶ୍ରୀଦେବୀ ତାଙ୍କୁ ‘କଲଙ୍କ’ ଚଳଚ୍ଚିତ୍ର ପାଇଁ କିଛି ପରାମର୍ଶ ଦେଇଥିଲେ, ଯାହାକୁ ସେ କାମରେ ଲଗାଇ ପାରିନଥିବା କାରଣରୁ ପଶ୍ଚାତାପ କରୁଛନ୍ତି। ସେ ଆହୁରି ବି କହିଛନ୍ତି କି ୟଶ୍ ଚୋପ୍ରାଙ୍କର ‘ଚାନ୍ଦନୀ’ ଚଳଚ୍ଚିତ୍ରକୁ ନେଇ ଶ୍ରୀଦେବୀ ଦେଇଥିବା କିଛି ପରାମର୍ଶକୁ ନିର୍ଦ୍ଦେଶକ ଗ୍ରହଣ କରିବା ପରେ ଚଳଚ୍ଚିତ୍ରଟି ସୁପର୍ ଡୁପର୍ ହିଟ୍ ହୋଇଥିଲା। ଶ୍ରୀଦେବୀଙ୍କୁ ତାଙ୍କ ସୃଜନାଶୀଳତା ପାଇଁ ବଲିଉଡ୍ ତାଙ୍କୁ ଯେତିକି ଶ୍ରେୟ ଦେବା ଉଚିତ ବାସ୍ତବରେ ସେତିକି ଦେଇନାହିଁ ବୋଲି କରଣ ପ୍ରକାଶ କରିଛନ୍ତି।
Follow Us