Advertisment

କରଣଙ୍କର ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ପୁଅ ୟଶ୍‌; ସାବାସ୍‌ ବେଟା ବୋଲି କହି‌ଲେ କରୀନା କପୁର୍‌

Advertisment
କରଣଙ୍କର ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ପୁଅ ୟଶ୍‌; ସାବାସ୍‌ ବେଟା ବୋଲି କହି‌ଲେ କରୀନା କପୁର୍‌

IndiaTV News

ମୁମ୍ବାଇ: ଆପଣ କେବେ କରଣ ଜୋହର ପାଉଟ୍‌ କରି ଫଟୋ ପୋଜ୍‌ ଦେଉଥିବାର ଦେଖିଛନ୍ତି? କାଫି କୁଲ୍‌ ଦିଶନ୍ତି ସେ ପାଉଟ୍‌ ଫଟୋରେ। ମାତ୍ର ତାଙ୍କର ଏହି ‌ଫଟୋ ପୋଜ୍‌କୁ ଆଦୌ ପସନ୍ଦ କରନ୍ତିନି ତା‌ଙ୍କ ପୁଅ ୟଶ୍‌।

କରଣ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓଟି ତାଙ୍କ ପୁଅର। ‌ତାଙ୍କ ପୁଅକୁ ଭିଡିଓରେ କେହି ଜଣେ ପଚାରୁଥିବାର ଶୁଣିବାକୁ ମିଳିଛି ଯେ ତୁମକୁ କ’ଣ ପସନ୍ଦ ଆସେ ନାହିଁ। ସେ ତା’ପରେ ଭିଡିଓରେ ନି‌ଜେ ପାଉଟ୍‌ କରିବା ସହ କହୁଛନ୍ତି, ‘ଡାଡା ଏମିତି କଲେ ମୋତେ ଭଲ ଲାଗ ନାହିଁ।’

କରଣ ପୋଷ୍ଟ୍‌ କରିଥିବା ତାଙ୍କ ପୁଅର ଏହି ଭିଡିଓରେ ଅନେକ ସେଲିବ୍ରେଟି ନିଜର ମତ ରଖିଛନ୍ତି। କରୀନା କପୁର ୟଶ୍‌ଙ୍କୁ ପ୍ରଶଂସା କରି ଲେଖିଛନ୍ତି, ‘ଲଭ୍‌ ୟୁ ୟଶ୍‌। କେବଳ ତୁମେ ହିଁ ତାଙ୍କୁ ଏକଥା କହିପାରିବ। ସାବାସ୍‌ ବେଟା।’

ସେହିପରି ମଲାଇକା ଆରୋରା ଲେଖିଛନ୍ତି, ‘ହା ହା ହା, ୟେଶ୍‌ କ୍ୟୁଟି, ସାବାସ୍‌’। ରାକୁଲ୍‌ ପ୍ରୀତି ‘ଠୁ କ୍ୟୁଟ୍‌’ ବୋଲି ଲେଖିଥିବା ବେ‌ଳେ ଶ୍ବେତା ବଚ୍ଚନ ଏକ ହସ ଇମୋଜି କମେଣ୍ଟ୍‌ ବକ୍ସ‌ରେ ଦେଇଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କରଣ ଏଯାଏ ଅବିବାହିତ। ସେ ବିବାହ କରିବାକୁ ଚାହୁଁନଥିଲେ ମାତ୍ର ବାପା ବନିବାର ଇଚ୍ଛା ରହିଥିଲା। ସେଥିପାଇଁ ସେ ସରୋଗେସି ପ୍ରକ୍ରିୟା ଜରିଆରେ ୨ଟି ପିଲାଙ୍କ ବାପା ହୋଇପାରିଛନ୍ତି। ତାଙ୍କ ଝିଅର ନା ରୁହି ଜୋହର ଓ ପୁଅର ନାମ ୟଶ ଜୋହର୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe