ANI News
ମୁମ୍ବାଇ: ସିନେ ନିର୍ଦ୍ଦେଶକ କରଣ ଜୋହରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯୁଗ୍ ଯୁଗ୍ ଜିଓ’ ଚଳଚ୍ଚିତ୍ରର ଗୀତ ‘ଦୁପଟା’ ଏବେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛି। ‘ଦୁପଟା’ ଗୀତରେ ଥରଟିଏ ବି ‘ଦୁପଟା (ଓଢ଼ଣୀ)’ ଦୃଶ୍ୟମାନ ହୋଇନଥିବାରୁ ଦର୍ଶକମାନେ ଟ୍ରୋଲ୍ କରି ଲେଖିଛନ୍ତି କି ‘ଦୁପଟା’ ଗୀତରୁ ଦୁପଟା ଗାଏବ। କିଛି ଦର୍ଶକ କରଣ ଜୋହରଙ୍କୁ ପ୍ରଶ୍ନ କରିଛନ୍ତି କି ଦୁପଟା କୁଆଡ଼େ ଗଲା ବୋଲି।
‘ଦୁପଟା’ ଗୀତ ପୂର୍ବରୁ ମଧ୍ୟ ଚଳଚ୍ଚିତ୍ରର ୨ଟି ଗୀତ ରିଲିଜ୍ ହୋଇସାରିଛି। ଗୋଟାଏ ହେଉଛି ‘ନାଚ୍ ପଞ୍ଜାବନ୍’ ଓ ଅନ୍ୟଟି ହେଉଛି ‘ରଂଗୀ ସାରି’। ‘ଦୁପଟା’ ପରି ପୂର୍ବ ୨ଟି ବି ରିମିକ୍ସ ରିକ୍ରିଏଟେଡ୍ ଗୀତ। କିଛି ଟ୍ରୋଲ୍ର୍ସ ଏ କାରଣରୁ ବି କରଣଙ୍କୁ ଟ୍ରୋଲ୍ କରିଛନ୍ତି। ଟ୍ରୋଲ୍ର୍ସଙ୍କ କହିବା କଥା ହେଲା କରଣଙ୍କ ଚଳଚ୍ଚିତ୍ରରେ ଗୋଟାଏ ହେଲେ ବି ନିଜସ୍ବ ଗୀତ ନାହିଁ, ସବୁ ରିମିକ୍ସ। କରଣ ‘ଦୁପଟା’ ଗୀତଟିକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି।
Follow Us