ନୂଆଦିଲ୍ଲୀ: ବିଗବସ୍ ଓଟିଟି ୩ ଆରମ୍ଭ ହୋଇଯାଇଛି । ଏଥିରେ ଲୋକପ୍ରିୟ ଓ ବିବାଦୀୟ ୟୁଟ୍ୟୁବର ଅରମାନ ମଲିକ ବି ତାଙ୍କର ଦୁଇ ପତ୍ନୀ ପାୟଲ ଏବଂ କ୍ରିତିକାଙ୍କ ସହ ସାମିଲ ହୋଇଛନ୍ତି।
ବିଗବସରେ ଅରମାନ, ପାୟଲ ଓ କ୍ରିତିକା ଆଗକୁ କେମିତି ଖେଳିବେ ତାହା ତ ସମୟ କହିବ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସୋ’ର ଉପସ୍ଥାପକ ଅନିଲ କପୁର ଅରମାନଙ୍କ ଉଭୟ ସ୍ତ୍ରୀ ପାୟଲ ଓ କ୍ରିତିକାଙ୍କୁ ନେଇ କିଛି ପ୍ରଶ୍ନ ପଚାରିଥିଲେ। ଏଥିରେ ଅରମାନ ଦେଇଥିବା କିଛି ପ୍ରଶ୍ନର ଉତ୍ତରରେ ପାୟଲ ଖୁସି ନଥିବା ନଜରକୁ ଆସିଛି। ଏଥିସହିତ ଅରମାନ କ୍ରିତିକାଙ୍କୁ ବିଜୟୀ ଦେବା ଦେଖିବାକୁ ଚାହୁଁଥିବା ପ୍ରତିକ୍ରିୟା ଦେବାପରେ ପାୟଲ ନିରାଶ ହୋଇ ଯାଇଥିବା ସାମ୍ନାକୁ ଆସିଥିବା ଭିଡିଓ ଦେଖି ଅନୁମାନ କରାଯାଉଛି।
ଏଥିସହିତ ବିଗବସ୍ ସିଜନ୍ ୧୫ର ପ୍ରତିଯୋଗୀ ଥିବା କରଣ କୁନ୍ଦ୍ରା ଅରମାନ ମଲିକଙ୍କୁ ପରିହାସ କରି କହିଛନ୍ତି, ‘ କିଛିଦିନ ଅପେକ୍ଷା କର... ଆଗାମୀ ଦିନରେ ଆମକୁ କଲେଶ ଅଲଟ୍ରା ପ୍ରୋ ମ୍ୟାକ୍ସ ଦେଖିବାକୁ ମିଳିବ। ଆମେ ଜଣକଙ୍କୁ ସମ୍ଭାଳି ପାରୁ ନାହୁଁ ଆପଣ ଦୁଇଦୁଇଜଣ ପତ୍ନୀଙ୍କୁ କିଭଳି ସମ୍ଭାଳି ରଖିଛନ୍ତି।
ଏହି କ୍ରମରେ ବିଗବସ ଓଟିଟି ୩ର ପ୍ରତିଯୋଗୀଙ୍କୁ ଦେଖିବା ପରେ ଟେଲିଭିଜନ ଅଭିନେତ୍ରୀ ଦେବୋଲିନା ଭଟାଚାର୍ଯ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିଗବସ କେଉଁଭଳି ମନୋରଞ୍ଜନ ରିୟଲିଟି ସୋ’ ମୁଁ କିଛି ବୁଝି ପାରୁନାହିଁ। ଏଥିରେ ପ୍ରତିଯୋଗୀ ଭାବେ ଭାଗ ନେଇଥିବା ଅରମାନ ଓ ତାଙ୍କ ଦୁଇସ୍ତ୍ରୀ ପାୟଲ ଓ କ୍ରିତିକାଙ୍କ କାହାଣୀ ମୋତେ ମିଥ୍ୟା ଲାଗୁଛି। କୌଣସି ସ୍ତ୍ରୀ ଏତେ ସହଜରେ ସ୍ବାମୀଙ୍କ ଦ୍ବିତୀୟ ସ୍ତ୍ରୀଙ୍କୁ ଗ୍ରହଣ କରି ପାରେ ନାହିଁ। ପୁଣି କ୍ରିତିକା କହୁଛନ୍ତି ଗୋଟିଏ ସପ୍ତାହ ମଧ୍ୟରେ ସେ ଅରମାନଙ୍କୁ ଭଲ ପାଇ ବିବାହ କରି ନେଇଥିଲେ। ଏହା ଏକ ମନ ଗଢ଼ା କାହାଣୀ ଭଳି ଲାଗୁଛି। ଯାହାକି ସମାଜ ଉପରେ ଖରାପ ପ୍ରଭାବ ପକାଉଛି।’
Follow Us