ଜାତୀୟ ଟେଲିଭିଜନରେ ନିର୍ଭୀକ ‌ହୋଇ ପ୍ରେମି‌କା ତେଜ୍ବସୀଙ୍କୁ ଚୁମ୍ବନ ଦେଲେ କରଣ

Advertisment
ଜାତୀୟ ଟେଲିଭିଜନରେ ନିର୍ଭୀକ ‌ହୋଇ ପ୍ରେମି‌କା ତେଜ୍ବସୀଙ୍କୁ ଚୁମ୍ବନ ଦେଲେ କରଣ

www.aajtak.in

ମୁମ୍ବାଇ: ପ୍ରତି ଥର ବିଗ୍‌ବସ୍‌ ହାଉସ୍‌ରେ କଳିଝଗଡ଼ା ସହ ନୂଆ ନୂଆ ପ୍ରେମ କାହାଣୀ ଦେଖିବାକୁ ମିଳିଥାଏ। ବିଗ୍‌ବସ୍‌-୧୫ରେ ତେଜ୍ବସୀ ପ୍ରତାପ ଏବଂ କରଣ କୁନ୍ଦ୍ରାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ତେବେ କିଛି ଲୋକ ଏମାନଙ୍କ ଘନିଷ୍ଠତାକୁ ଟିଆର୍‌ପି ପାଇଁ ଖେଳ ଚାଲିଛି ବୋଲି ଆରୋପ ଆଣିଥିବା ବେଳେ କେହି କେହି ଏମାନଙ୍କ ପ୍ରେମ କାହାଣୀକୁ ବେଶ୍‌ ପସନ୍ଦ କରୁଥିଲେ।

ମାତ୍ର ସୋ’ ଶେଷ ହେବା ପରେ ବି ଯେତେବେ‌ଳେ ଏହି ଳଭ୍‌ ବାର୍ଡ ସାଥୀରେ ଦିଶିଲେ ତାହା ସଭିଙ୍କୁ ଚକିତ କରିଛି। ଏବେ ଏହି ଯୋଡ଼ିଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ସେଥିରେ କରଣ ‌‌ତେଜ୍ବସୀଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି।

କରଣ ଓ ତେଜ୍ବସୀ ଭାରତୀ ଓ ତାଙ୍କ ସ୍ବାମୀ ହର୍ଷଙ୍କ ସୋ’ ‘ଖତ୍‌ରା ଖତ୍‌ରା’ରେ ପହଞ୍ଚିଥିଲେ। ଦୁହେଁ ସେଠାରେ ଖୁବ୍‌ ମସ୍ତି କଲେ। ସେଠାରେ କରଣ ଓ ତେଜ୍ବସୀ ‘ମେ ତେନୁ ସମଜାନା’ ଗୀତରେ ରୋମାଣ୍ଟିକ୍‌ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛନ୍ତି। ଏହି ନୃତ୍ୟ ସମୟରେ ଦୁହେଁ ଦୁହିଁଙ୍କର ବେଶ୍‌ ନିକଟତର ହୋଇଥିଲେ। ଏହି ସମୟରେ କରଣ ତେଜ୍ବସୀଙ୍କ ଗ‌ାଲରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି।

କରଣ ଚୁମ୍ବନ ଦେବା ପରେ ପରେ ଲାଜେଇ ଯାଉଛନ୍ତି ତେଜ୍ବସୀ। ସେଠାରେ ଫର୍‌ହା ଖାନ୍‌ ଓ ହର୍ଷ ବି ମଜାକ୍‌ କରୁଥିବାର ଦେଖିବାକୁ ମିଳିଛି। କରଣ ଓ ‌ତେଜ୍ବସୀଙ୍କ ଏହି ଭିଡିଓ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe