ସର୍ବସାଧାରଣରେ ପ୍ରେମିକା ତେଜ୍ବସୀଙ୍କୁ ‘ଲିପ୍‌ଲକ୍‌ କିସ୍‌’ ଦେଲେ କରଣ; ହେଲେ ଟ୍ରୋଲ୍‌

ସର୍ବସାଧାରଣରେ ପ୍ରେମିକା ତେଜ୍ବସୀଙ୍କୁ ‘ଲିପ୍‌ଲକ୍‌ କିସ୍‌’ ଦେଲେ କରଣ; ହେଲେ ଟ୍ରୋଲ୍‌

ମୁମ୍ବାଇ: ବିଗ୍‌ବସ୍‌-୧୫ରେ ତେଜ୍ବସୀ ପ୍ରତାପ ଏବଂ କରଣ କୁନ୍ଦ୍ରାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିଲା। ସେ ସମୟରେ ସେମାନଙ୍କ ରୋମାନ୍ସକୁ ଲୋକେ ପବ୍ଲିସିଟି ଷ୍ଟଣ୍ଟ୍‌ ବୋଲି କହୁଥିଲେ। ମାତ୍ର ବିଗ୍‌ବସ୍‌ରୁ ବାହାରିବା ପରେ ଦୁଇ ପ୍ରେମପକ୍ଷୀଙ୍କୁ ଅନେକ ଥର ସର୍ବସାଧାରଣ ସ୍ଥାନରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି। ଏହା କିଛି ଲୋକଙ୍କୁ ଆଦୌ ବି ପସନ୍ଦ ଆସୁନାହିଁ। କିଛି ଘଟଣା ଚାରି କାନ୍ଥ ଭିତରେ ଘଟିବା ହିଁ ଭଲ ବୋଲି ଲୋକେ କମେଣ୍ଟ୍‌ କରି ପରାମର୍ଶ ଦେଉଛନ୍ତି।

ନିକଟରେ ସେ ଦୁହିଁଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦୁହେଁ ଦୁହିଁଙ୍କୁ ଲିପ୍‌-ଲକ୍‌ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ଏହା ଉଚିତ ନୁହେଁ ବୋଲି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମତ ରଖିଛନ୍ତି।

ଆପଣ ଜାଣନ୍ତି ଯେ କରଣ ଓ ତେଜ୍ବସୀ ସେମାନଙ୍କ‌ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଭାଇରାଲ୍‌ ହୋଇଥିବା ସେ ଦୁହିଁଙ୍କ ଭିଡିଓରେ ଦୁହେଁ ଖୁବ୍ ମଜାର ସହ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଭିଡିଓଟି ହେଉଛି ସେମାନଙ୍କର ଏକ ଘନିଷ୍ଠ ବନ୍ଧୁଙ୍କ ଜନ୍ମଦିନର। ଜନ୍ମଦିନ ପାର୍ଟିରେ ଦୁହେଁ ମଜା କରୁଥିବା ବେଳର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି।

ସେ ଦୁହେଁ ‘ଆସିକି-୨’ର ‘ତୁମ୍‌ ହି ହୋ’ ଗୀତରେ ନାଚୁଥିବା ବେଳେ ପରସ୍ପରଙ୍କ ନିକଟତର ହେଉଛନ୍ତି ଓ ପରେ ପରସ୍ପରଙ୍କୁ ଚୁମ୍ବନ ବି ଦେଉଛନ୍ତି। ଏହି ଭିଡିଓରେ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ସର୍ବସାଧାରଣ ସ୍ଥାନରେ ନିଜର ବ୍ୟକ୍ତିଗତ ଜୀବନକୁ ଏପରି ଦେଖାଅ ନାହିଁ’। ସେହିପରି ଅନ୍ୟ ଜ‌ଣେ ଲେଖିଛନ୍ତି, ‘ଆପଣ ଦୁହେଁ ସେଲିବ୍ରିଟି ଯୋଡ଼ି, ଏହା ଆପଣଙ୍କୁ ଶୋଭା ଦେଉନାହିଁ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe