ଦୁଷ୍କର୍ମ ମାମଲାର ଶୁଣାଣି ପରେ କରଣ ଓବରଏଙ୍କୁ ମିଳିଲା ଜାମିନ

Advertisment
ଦୁଷ୍କର୍ମ ମାମଲାର ଶୁଣାଣି ପରେ କରଣ ଓବରଏଙ୍କୁ ମିଳିଲା ଜାମିନ

latestly.com

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ  ଜନେୈକା ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ । ଯାହା ପରେ କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ପରେ କରଣଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ମୁମ୍ବାଇର ତଲୋଜାରେ ଥିବା ଜେଲରେ କରଣଙ୍କୁ ରଖା ଯାଇଥିବା ବେଳେ ଆଜି ତାଙ୍କ ମାମଲାକୁ ନେଇ ଶୁଣାଣି କରାଯାଇଥିଲା । ଶୁଣାଣି ପରେ କରଣଙ୍କୁ ଜାମିନ ମିଳି ଯାଇଥିବା ଜଣା ପଡ଼ିଛି । ମାସେ ହେଲାଣି କରଣଙ୍କ ପରିବାର ଲୋକେ ଜାମିନ ପାଇଁ ଚେଷ୍ଟା ଚଳାଇଥିବା ବେଳେ ଆଜି ତାଙ୍କୁ ସଫଳତା ମିଳିଛି ।

publive-image India Today

ସୂଚନା ମୁତାବକ, ଏକ ଡେଟିଙ୍ଗ ଆପ୍‌ରେ ଦେଖା ହେବା ପରେ ପୀଡ଼ିତା ଏବଂ କରଣଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା । କିନ୍ତୁ କିଛି ଦିନ ପରେ ପୀଡ଼ିତା କରଣଙ୍କ ଉପରେ ଦୁଷ୍କର୍ମ ଏବଂ ବ୍ଲାକ୍‌ମେଲ କରିବାର ଅଭିଯୋଗ ଆଣିଥିଲେ । ଯାହା ପରେ ପୁଲିସ କରଣଙ୍କୁ ଗିରଫ କରିଥିଲା । ଗିରଫ ହେବାର ମାସକ ପରେ ଏବେ କରଣଙ୍କୁ ଜାମିନ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe