ଅନୁଭବଙ୍କ ଏହି ନାୟିକା ଏବେ କରଣଙ୍କ ପ୍ରେମିକା

Advertisment
ଅନୁଭବଙ୍କ ଏହି ନାୟିକା ଏବେ କରଣଙ୍କ ପ୍ରେମିକା

ଭୁବନେଶ୍ୱର: ଚଳିତ ବର୍ଷ ଓଲିଉଡରେ ନୂଆ ନାୟକ କରଣଙ୍କର ଏକ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି। ସେ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକ୍ତି’ରେ ନାୟକ ଭୂମିକାରେ ନଜର ଆସିଥିଲେ।
‘ଶକ୍ତି’ରେ କରଣଙ୍କ ଦମ୍‌ଦାର ଆକ୍ସନ୍‌ ବିଶେଷ ଭାବେ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ତେବେ ଏହି ଫିଲ୍ମ ତାଙ୍କର ରୋମାନ୍ସ ବି ଥିଲା। ଏହି ସିନେମାରେ କରଣଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ସୂରମୟୀ।
‘ଶକ୍ତି’ ପରେ କରଣଙ୍କୁ ମିଳିଛି ଏବେ ଆଉ ଏକ ଓଡ଼ିଆ ସିନେମା। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ପିକୁଲି କିଏ?’।ଏହି ସିନେମାରେ ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ। ଏହାର ପ୍ରଯୋଜନା କରୁଛନ୍ତି ମହେନ୍ଦ୍ର ନାୟକ ଓ ପ୍ରମୋଦ ନାୟକ। ବିଜୟ ଦାସ ଏହାର ସଂଳାପ ରଚନା କରୁଛନ୍ତି।
ଏଥିରେ ତାଙ୍କ ବିପକ୍ଷରେ କିନ୍ତୁ ଜଣେ ନାୟିକା ନାହାନ୍ତି। ଏହି ଫିଲ୍ମ ତାଙ୍କ ସହ ଦୁଇ ଜଣ ନାୟିକାଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ଭିତରୁ ଜଣେ ହେଲେ ତମନ୍ନା।

publive-image
ତମନ୍ନା ଆଗରୁ ଜ୍ୟୋତି,ବାଳକୃଷ୍ଣ,ଅର୍ଦ୍ଧେନ୍ଦୁ ଓ ଅନୁଭବ ଆଦି ନାୟକଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ‘ପିକୁଲି କିଏ’ ରେ ପ୍ରଥମ ଥର କରଣଙ୍କ ସହ ଯୋଡ଼ି ହୋଇଛନ୍ତି ତମନ୍ନା। ତମନ୍ନାଙ୍କ ବ୍ୟତୀତ ଅନ୍ୟ ଜଣେ ନବାଗତା ନିଶାଙ୍କୁ ଏଥିରେ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏହା ଛଡ଼ା ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଏବଂ ମଣ୍ଟୁଙ୍କୁ ବି ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe