Advertisment

ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି

Advertisment
ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି

ଭୁବନେଶ୍ୱର :ଓଲିଉଡ଼ରେ କରଣ ସଂହ ରାୟ ନାଆଁରେ ଦୁଇଜଣ ହିରୋ ଅଛନ୍ତି। ସିଏ ହେଉଛନ୍ତି ସେହି ନାୟକ,ଯିଏ କି ‘ମୁଁ ଗାନ୍ଧି ନୁହେଁ’ଓ ‘ଟିକେ ଅନାଡ଼ି ପୁରା ଖିଲାଡ଼ି’ଭଳି ସିନେମାରେ ନଜର ଆସିଛନ୍ତି।
‘ମୁଁ ଗାନ୍ଧି ନୁହେଁ’ଓ ’ଟିକେ ଅନାଡ଼ି ପୁରା ଖିଲାଡ଼ି’ଫେମ୍‌ କରଣ କିଛି ଦିନ ହେବ ତେଲୁଗୁ ସିନେମାରେ କାମ କରୁଥିଲେ । ଏବେ ସେ ପୁଣି ଓଡ଼ିଆ ସିନେ ଜଗତକୁ ଫେରିଛନ୍ତି।
ଏବେ କରଣ ବେଶ କିଛି ଦିନ ବ୍ୟବଧାନରେ ପୁଣି ଏକ ଓଡ଼ିଆ ସିନେମାରେ କାମ କରୁଛନ୍ତି। ଏହି ଓଡ଼ିଆ ଚଳଚ୍ଚିତ୍ରର ଶୀର୍ଷକ ହେଲା ‘ସୁପର ଖିଲାଡ଼ି’।ଏହି ସିନେମାରେ ପୁଣି ଜଣେ ନୂଆ ନାୟିକାଙ୍କ ସହ କରଣଙ୍କୁ ଦେଖିବାକୁ ମିଳିବ।

publive-image
‘ସୁପର ଖିଲାଡ଼ି’ରେ କରଣଙ୍କ ବିପକ୍ଷରେ ନଜର ଆସିବେ ମୁମ୍ବେୟା ସୁନ୍ଦରୀ ତାନ୍ୟା ଦେଶାଇ। ଏହା ଏକ ଆକ୍‌ସନ ଫିଲ୍ମ ବୋଲି କୁହାଯାଉଛି। ତାନ୍ୟାଙ୍କର ଏହା ପ୍ରଥମ ଓଡ଼ିଆ ସିନେମା ହେବ। ଦର୍ଶକ ଏଥିରେ କରଣ-ତାନ୍ୟାଙ୍କ ଯୋଡ଼ିକୁ କିଭଳି ପସନ୍ଦ କରୁଛନ୍ତି,ତାହା ଦେଖିବାକୁ ବାକି ରହିଲା।
‘ସୁପର ଖିଲାଡ଼ି’ର ପ୍ରଯୋଜନା କରିଛନ୍ତି ରବିନ ନନ୍ଦ। ସେ ଆଗରୁ ‘ସ୍ମାଇଲ୍‌ ପ୍ଲିଜ୍‌’,‘ମୋ’ ଦିଲ୍‌ କହେ ଇଲୁ ଇଲୁ’ ଓ ‘ଟିକେ ଅନାଡ଼ି ପୁୁରା ଖିଲାଡ଼ି’ଭଳି ସିନେମାର ନିର୍ମାଣ କରିଥିଲେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ନାରାୟଣ ରେଡ୍ଡି।ଏହାର ସଂଳାପ ଲେଖିଛନ୍ତି ପ୍ରମୋଦ ପରିଡ଼ା। ଏଥିରେ ମିହିର ଦାସ ଓ ରବିନ ନନ୍ଦ ମଧ୍ୟ ଅଭିନୟ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe