ଏହି ସିନେମାରେ ଡବଲ ରୋଲରେ ନଜର ଆସିବେ କରଣ ଜୋହର୍‌

ଏହି ସିନେମାରେ ଡବଲ ରୋଲରେ ନଜର ଆସିବେ କରଣ ଜୋହର୍‌

photo-youtube

ମୁମ୍ବାଇ: ପ୍ରଥମ ହିନ୍ଦୀ ଥ୍ରି-ଡ଼ି କମେଡ଼ି ଫିଲ୍ମ ଥିଲା ‘ଛୋଟା ଚେତନ୍‌’। ହେଲେ ଏବେ ଏକ କମେଡ଼ି ସିନେମା ଏହି ଥ୍ରି-ଡ଼ି ଫର୍ମାଟ୍‌ରେ ନିର୍ମିତ ହୋଇଛି।ଏହି ସିନେମାର ଟାଇଟଲ୍‌ ହେଲା ‘ଓ୍ଵଲକମ୍‌ ଟୁ ନ୍ୟୁୟର୍କ’।

ଏହି ସିନେମାରେ ଏକ ସଙ୍ଗେ ଅନେକ ବଲିଉଡ଼୍‍ କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ ପୁଣି ଅଭିନେତା ଭାବେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଡ଼ବଲ୍‌ ରୋଲରେ ନଜର ଆସିବେ। ଏତଦ୍‌ବ୍ୟତୀତ ଏହାର କ୍ଲାଇମାକ୍‌ସ ସିନରେ ସଲମାନ୍‌ ଖାନ୍‌ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏମାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା,ଦଲ୍‌ଜୀତ୍‌ ଦୋସାଁଝା,ଲାରା ଦତ୍ତ,ରାଣା ଦଗ୍ଗୁବତୀ,ବୋମନ୍‌ ଇରାନୀ ଓ ରିତେଶ ଦେଶମୁଖଙ୍କ ପରି ଲୋକପ୍ରିୟ କଳାକାର ବି ଅଭିନୟ କରିଛନ୍ତି ‘ଓ୍ଵଲ୍‌କମ୍‌ ଟୁ ନ୍ୟୁୟର୍କ’ରେ। ଏଥିରେ ଜବରଦସ୍ତ କମେଡି ଥିବା କୁହାଯାଉଛି। ବେଶ୍‌ କିଛି ଦିନପରେ ସୋନାକ୍ଷୀଙ୍କୁ କମେଡି କରିବାର ସୁଯୋଗ ମିଳିଛି ଏହି ସିନେମାରେ।

publive-image photo-indianexpress.com

ନିକଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର୍‌ ରିଲିଜ୍‌ ହୋଇଛି।ପୂଜା ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଭାରତର ପ୍ରଥମ କମେଡ଼ି ଫିଲ୍ମ (ଥ୍ରି-ଡ଼ି) ‘ଓ୍ଵଲ୍‌କମ୍‌ ଟୁ ନ୍ୟୁୟର୍କ’ ଆଗାମୀ ଫେବୃଆରି ୨୩ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚକରୀ ତୋ ଲେତି,ଯିଏ କି ଦକ୍ଷିଣ ଭାରତୀୟ ସିନେମା ନିର୍ମାଣ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମର କାହାଣୀ ଆଇଫା ଆଓ୍ଵାର୍ଡ଼ସ ଉପରେ ଆଧାରିତ।ପ୍ରଥମେ ଏହାର ଟାଇଟଲ୍‌ ରଖାଯାଇଥିଲା‘ବୁମ୍‌ ବୁମ୍‌ ଇନ୍‌ ନ୍ୟୁୟର୍କ’,କିନ୍ତୁ ପରେ ‘ଓ୍ଵଲ୍‌କମ୍‌ ଟୁ ନ୍ୟୁୟର୍କ’ ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe