କରୀନା-ଅର୍ଜୁନ-ମଲାଇକା

Advertisment
କରୀନା-ଅର୍ଜୁନ-ମଲାଇକା

The Siasat Daily

ବୋନି କପୁରଙ୍କ ପୁଅ ଅର୍ଜୁନ୍ ଓ ବଲିଉଡ୍‌ର ଆଇଟମ୍ ଗର୍ଲ ମଲାଇକା ଆରୋରାଙ୍କ ସଂପର୍କ ଆଉ କାହାକୁ ଅଛପା ନାହିଁ। ନିଜଠାରୁ ୧୧ବର୍ଷ ସାନ ହେଇଥିଲେ ବି ଅର୍ଜୁନଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଛନ୍ତି ମଲାଇକା। ଏବେ ପୁଣି ସୋସିଆଲ୍ ମିଡିଆରେ ମଲାଇକା ତାଙ୍କ ହାତ ଆଙ୍ଗୁଠିରେ ଏକ ଡାଇମଣ୍ଡ୍ ରିଙ୍ଗ୍ ପିନ୍ଧି ଦେଖାଇଥିବାର ଛବି ଦେଖିବାକୁ ମିଳୁଛି। ଏହାକୁ ନେଇ ବଲିଉଡ୍‌ରେ ଟୁପୁରୁଟାପୁରୁ ଚାଲିଛି ଯେ ଅର୍ଜୁନଙ୍କ ସହ ମଲ୍ଲାଇକାଙ୍କ ନିର୍ବନ୍ଧ ହୋଇଗଲା କି? ଇଏତ ଗଲା ରିୟଲ୍ ଲାଇଫ୍ କଥା।

ଅର୍ଜୁନଙ୍କ ରିଲ୍ ଲାଇଫ୍ କଥା ଶୁଣିଲେ ଆପଣ କାନରେ ହାତ ଦେବେ। ନିଜର ସମ୍ପର୍କୀୟ ଭଉଣୀ କରୀନାଙ୍କ ସହିତ ପୁଣି ଥରେ ପରଦାରେ ଡ୍ୟାନ୍ସ ରୋମାନ୍ସ କରିବାର ସ୍ବପ୍ନ ଦେଖୁଛନ୍ତି ଅର୍ଜୁନ। ଅର୍ଜୁନ ନିଜ ତରଫରୁ ନିର୍ଦ୍ଦେଶକ ଆର୍. ବାଲ୍ମୀକିଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ ପୁଣିଥରେ ତାଙ୍କୁ କରୀନାଙ୍କ ସହ ‘କୀ ଆଣ୍ଡ କା’ର ସିକ୍ୟୁଏଲରେ ସୁଯୋଗ ଦିଅନ୍ତୁ। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଅର୍ଜୁନ ‘କୀ ଆଣ୍ଡ କା’ରେ କରୀନାଙ୍କୁ ପିନ୍ଧାଇଥିବା ଏକ ମଙ୍ଗଳସୂତ୍ରର ଦୃଶ୍ୟକୁ ପୋଷ୍ଟ୍ କରି ସୁଟିଂ ସେଟ୍‌ରେ ଘଟିଥିବା ମିଠା ମୁହୂର୍ତ୍ତକୁ ମନେ ପକାଇଛନ୍ତି।

ଏପାଖେ କରୀନା ମଧ୍ୟ ଅଜୁନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଦେଖିବା ପରେ ଉତ୍ସାହିତ ହୋଇ କହିଛନ୍ତି ଯେ ନିଶ୍ଚିତ ଭାବେ ଏଇ ଫିଲ୍ମର ସିକ୍ୟୁଏଲ୍ ତିଆରି ହେବା କଥା। କାରଣ ଏହାର ସୁଟିଂ ସମୟରେ ବାଲ୍ମୀକି ସାର୍‌ଙ୍କ ପୂରା ଟିମ୍ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିଥିଲେ। ଦ୍ବିତୀୟ ସନ୍ତାନର ମା’ହେବା ପରେ ମଧ୍ୟ କରୀନା ନିଜ ସମ୍ପର୍କୀୟ ଭାଇ ଅର୍ଜୁନଙ୍କ ସହ ରିଲରେ ରୋମାନ୍ସ କରିବାକୁ ଚାହୁଥିବା ଜାଣି ଅନେକ ଚକିତ ହେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe