ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁବାଇ ଯାଇଥିଲେ। ଦୁବାଇରେ କରୀନା 'ରା.ୱାନ୍' (୨୦୧୧) ଫିଲ୍ମର ହିଟ୍ ଗୀତ ''ଛମକ ଛଲୋ'ରେ ନୃତ୍ୟ କରିଥିଲେ।
କରୀନାଙ୍କୁ ଦୁବାଇରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ୬୫ତମ ଷ୍ଟୋର ଲଞ୍ଚ ଅବସରରେ ନିମନ୍ତ୍ରଣ କରାଯାଇଥିଲା। ଏହି ନିମନ୍ତ୍ରଣ ରକ୍ଷା କରି କରୀନା ଯାଇ ଦୁବାଇରେ ପହଞ୍ଚି ଯାଇଥିଲେ।
ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ୬୫ତମ ଷ୍ଟୋର ଲଞ୍ଚ ସମୟରେ ମଞ୍ଚ ଉପରେ କରୀନା ଛିଡ଼ା ହୋଇଥିବା ବେଳେ ତାଙ୍କ ୧୫ବର୍ଷ ତଳର ଗୀତ 'ଛମକ ଛଲୋ ବାଜିଥିଲା। ଯାହାକୁ ଶୁଣି କରୀନା ନିଜକୁ ଅଟକାଇ ପାରି ନଥିଲେ। ସେ ତାଙ୍କର ସେହି ପୁରୁଣା ଷ୍ଟେପ ସହିତ ମଞ୍ଚରେ ଝୁମିଥିଲେ।
କରୀନାଙ୍କୁ 'ରା.ୱାନ୍'ରେ ଶାହରୁଖ ଖାନ ଏବଂ ଅର୍ଜୁନ ରାମପାଲଙ୍କ ସହ ଦେଖିବାକୁ ମିଳିଥିଲା। ଏହାକୁ ଅନୁଭବ ସିହ୍ନା ନିର୍ଦ୍ଦେଶନା ଦେଇଥିଲେ।
ତେବେ କରୀନାଙ୍କ ଅଭିନୟ ଶେଷ ଥର ପାଇଁ 'ସିଙ୍ଘମ ଏଗେନ୍'ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହିତ ଅଜୟ ଦେବଗନ, ଅକ୍ଷୟ କୁମାର, ଟାଇଗର ଶ୍ରଫ, ଦୀପିକା ପାଦୁକୋନ, ରଣଭୀର ସିଂହ ଏବଂ ଜ୍ୟାକି ଶ୍ରଫ ମଧ୍ୟ ଥିଲେ। ଗତ ବର୍ଷ ସେ ହଂସଲ ମେହେଟାଙ୍କ ସିନେମାରେ ନଜର ଆସିଥିଲେ।
Follow Us