ସୈଫ ମୋତେ ମୂଲ୍ୟବୋଧର ଶିକ୍ଷା ଦେଇଛନ୍ତି

ସୈଫ ମୋତେ ମୂଲ୍ୟବୋଧର ଶିକ୍ଷା ଦେଇଛନ୍ତି

Woman's Era

ବଲିଉଡ୍‌ରେ ନିଜର ୨୦ ବର୍ଷର ଯାତ୍ରା ପୂରଣ କରିଛନ୍ତି କରୀନା କପୁର ଖାନ୍‌। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ବିବାହ ପରେ ମୁଁ ସୈଫଙ୍କଠାରୁ ଏପରି ଏକ ଶିକ୍ଷା ପାଇଥିଲି, ଯାହା ମତେ ପରିବର୍ତନ ହେବାକୁ ବାଧ୍ୟ କରିଥିଲା। ସୈଫ ମତେ କହିଥିଲେ, ସବୁବେଳେ ଟଙ୍କା, ସଫଳତା ଓ ଯଶ ପଛରେ ଦୌଡ଼ନାହିଁ। ଏମିତି କିଛି ଭଲ ଜିନିଷ ଅଛି, ଯାହାକୁ ଧନ ଓ ଯଶଠୁ ବି ମୂଲ୍ୟବାନ। ତୁମର ପରିବାର, ପ୍ରେମ, ଶାନ୍ତ ଭାବନା, ସ୍ଥିରତା, ବହି ପଢ଼ିବା, ବସି କଥାବାର୍ତା ହେବା ମଧ୍ୟ ନିତାନ୍ତ ଦରକାର। ସେ ଏକଥା ବି କହିଛନ୍ତି, ମୁଁ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ହଲିଉଡ୍‌ରେ କାମ କରିବାକୁ ଉତ୍ସୁକ ନୁହେଁ। କାରଣ ମୁଁ ମୋ ପରିବାରଠୁ ଦୂରେଇ ରହିବାକୁ ଚାହେଁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe