ପୁଅ ତୈମୁର ପାଇଁ କରୀନା ନେଲେ ଏହି ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ଲାଗିପାରେ ଝଟକା

ପୁଅ ତୈମୁର ପାଇଁ କରୀନା ନେଲେ ଏହି ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କ ଅଭିନୀତ ସିନେମା ‘ବୀର ଦି େଓ୍ଵଡିଙ୍ଗ’ ନିକଟରେ ରିଲିଜ ହୋଇଛି। ଏହି ସିନେମାକୁ ବକ୍ସ ଅଫିସରେ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଏଯାବତ୍‌ ଏହି ସିନେମା ୬୮.୮୪କୋଟିର ବ୍ୟବସାୟ କରି ସାରିଲାଣି। ପୁଅ ତୈମୁରଙ୍କୁ ଜନ୍ମ ଦେବା ପରେ କରୀନାଙ୍କ ଏହି ପ୍ରଥମ ସିନେମା।

publive-image

ମଡିଆ ରିପୋର୍ଟ ମୁତାବକ, କରିନା ପୁଅ ତୈମୁର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କରିନା ତାଙ୍କ ଆଗାମୀ ସିନେମାର କାମ ୨୦୧୯ରେ ଆରମ୍ଭ କରିବେ।

କରିନା ଏ ପ୍ରସଙ୍ଗରେ କହନ୍ତି, ସିନେମା କରିବା ତ ମୁଁ ଜାରି ରଖିବି। ମୋ ସ୍ୱାମୀ କୌଣସି ବ୍ୟବସାୟୀ ନୁହନ୍ତି ଯେ ସେ ସନ୍ଧ୍ୟା ୬ଟା ସୁଦ୍ଧା ଘରକୁ ଫେରି ଆସିବେ। ସେ ବି ଏକ ଅଭିନେତା। ତେଣୁ ଆମ ଦୁହଁଙ୍କୁ ପୁଅ ତୈମୁର ପାଇଁ ଟାଇମ୍‌ ବାହାର କରିବାକୁ ପଡ଼ିବ। ସେଥିପାଇଁ ଗୋଟିଏ ବର୍ଷରେ ଗୋଟିଏ ହିଁ ସିନେମା କରିବି ବୋଲି ସ୍ଥିର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe