‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ଗୋଟିଏ ଏପିସୋଡ ପାଇଁ ୩ କୋଟି ନିଅନ୍ତି ବେବୋ!

Advertisment

YouTube

ମୁମ୍ବାଇ: ବଲିଉଡ୍‌ର ହାଇପେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ କରୀନା କପୁର୍‌ ଅନ୍ୟତମ। କରୀନା ନିକଟରେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସଜିନ୍‌ ୭’ରେ ବିଚାରପତି ହେଇଥିବା ଦେଖିବାକୁ ମିଳୁଛନ୍ତି। କରୀନାଙ୍କ ସଂପର୍କରେ ଏପରି ଏକ ରିପୋର୍ଟ ହସ୍ତଗତ ହୋଇଛି ଯାହା କାହାକୁ ବି ଚକିତ କରାଇପାରେ। ଆପଣ ଜାଣନ୍ତି କି ଏହି ସୋ’ର ଗୋଟିଏ ଏପିସୋଡ୍‌ ପାଇଁ ବେବୋ କେତେ ଟଙ୍କା ନିଅନ୍ତି? ରିପୋର୍ଟ କହୁଛି କରୀନା ଏହି ସୋ’ର ଗୋଟି, ଏପିସୋଡ୍‌ ପାଇଁ ନେଉଛନ୍ତି ୩ କୋଟି ଟଙ୍କା। ଏ ସଂପର୍କରେ ଏକ ଇଂରାଜି ଖବରକାଗଜରେ ପ୍ରକାଶ ପାଇଛି। ମାତ୍ର କରୀନା ଏ ସଂପର୍କରେ ତାଙ୍କ ଆଡୁ କୌଣସି ତଥ୍ୟ ଏଯାଏ ଦେଇନାହାନ୍ତି।

publive-image Instagram

ନିକଟରେ କରୀନାଙ୍କୁ ଏକ ସାକ୍ଷାତ୍‌କାରରେ ଏ ସଂପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। ସେହି ପ୍ରଶ୍ନର ଉତ୍ତରରେ କରୀନା ପ୍ରତ୍ୟେକ୍ଷରେ ଜଣାଇଥିଲେ ଯେ ଟେଲିଭିଜନ ସୋ’ରୁ ସେ ମୋଟା ଅଙ୍କର ପ୍ୟାକେଜ ନିଅନ୍ତି ବୋଲି। କରୀନା କହିଥିଲେ ଟେଲିଭିଜନରେ କାମ କରିବା ଖୁବ୍‌ କଷ୍ଟ କାମ। ଯଦି ଜଣେ ପୁରୁଷ ବିଚାରପତି ଉଚ୍ଚ ଧରଣର ଅର୍ଥ ରାଶି ନେଇପାରୁଛନ୍ତି ତେବେ ଜଣେ ମହିଳା କାହିଁକି ନୁହଁନ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe