ଏହି କାମ ପୂରା କରି ତୈମୁର ଫିଲ୍ମରେ ଏଣ୍ଟ୍ରି କରନ୍ତୁ ବୋଲି ମୁଁ ଚାହିଁବି: କରୀନା କପୁର ଖାନ୍‌

Advertisment
ଏହି କାମ ପୂରା କରି ତୈମୁର ଫିଲ୍ମରେ ଏଣ୍ଟ୍ରି କରନ୍ତୁ ବୋଲି ମୁଁ ଚାହିଁବି: କରୀନା କପୁର ଖାନ୍‌

inuth.com

ମୁମ୍ବାଇ: ମାତ୍ର ଦୁଇ ବର୍ଷ ବୟସରେ ସୈଫ୍‌-କରୀନାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଲୋକମାନଙ୍କ ମଧ୍ୟରେ କେତେ ପ୍ରସିଦ୍ଧ ତାହା ସମସ୍ତଙ୍କୁ ଜଣା । ଏତେ କମ ବୟସରୁ ସେ ନିଜର ପ୍ରଶଂସକ ବନାଇବା ଆରମ୍ଭ କରି ସାରିଥିବା ବେଳେ କେତେବେଳେ ସେ ଫିଲ୍ମ କରିବା ଆରମ୍ଭ କରିବେ, ତା’ ଉପରେ ଏବେ ସମସ୍ତଙ୍କ ନଜର । ତେବେ ମନ ଭିତରେ ଥିବା ଏହି ପ୍ରଶ୍ନ ବିଷୟରେ ଜାଣିବା ପାଇଁ ଏକ ସାକ୍ଷାତକାରରେ କରୀନାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ।

publive-image The Indian Express

ଯାହାର ଉତ୍ତରରେ, ମୁଁ ୧୭ବର୍ଷ ବୟସରେ ଫିଲ୍ମରେ ପାଦ ଦେଇଥିଲି । ଇଣ୍ଡଷ୍ଟ୍ରିରେ ୧୮ବର୍ଷ ମୁଁ ବିତାଇ ସାରିଛି । ଏତେ ବର୍ଷ ଫିଲ୍ମ କରିବା ପରେ ମୁଁ ଭାବୁଛି କି ବହୁତ ଶୀଘ୍ର ମୁଁ ଫିଲ୍ମ ଦୁନିଆରେ ପାଦ ଦେଇଥିଲି । ମୋତେ ପ୍ରଥମେ ମୋର ପାଠ ପଢ଼ା ଶେଷ କରିବାର ଥିଲା । କିନ୍ତୁ ମୁଁ ପଢ଼ାକୁ ଅଧାରେ ଛାଡ଼ି ଫିଲ୍ମ କରିଥିଲି । ତୈମୁର ଯାହା ବି କରନ୍ତୁ, ହେଲେ ନିଜର ପାଠ ପଢ଼ା ସାରି ସେ ଫିଲ୍ମ କରିବା ଆରମ୍ଭ କରନ୍ତୁ ବୋଲି କହିଥିଲେ କରୀନା କପୁର ଖାନ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe