ମୁମ୍ବାଇ: କରୀନା କପୁର ଖାନ୍ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୫ବର୍ଷ ପୂରଣ କରିଛନ୍ତି। ଏହାକୁ ପାଳନ କରିବା ପାଇଁ ତାଙ୍କ ନାମରେ ଏକ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି | ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିବା ଏହି ପର୍ବ ୨୭ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ କରୀନାଙ୍କର ଅନେକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ | ଏହି ସମୟରେ କରୀନା କପୁର ତାଙ୍କ ଲୋକପ୍ରିୟ ଚଳଚ୍ଚିତ୍ର 'ଜବ ଉଇ ମେଟ୍' ବିଷୟରେ ଏକ ସାକ୍ଷାତକାରରେ କଥା ହୋଇଥିଲେ।
ବେବୋଙ୍କ ଫିଲ୍ମ 'ଜବ ଉଇ ମେଟ୍' ରିଲିଜ୍ ହେବାକୁ ୧୭ବର୍ଷ ବିତିଗଲାଣି | ଏହି ଚଳଚ୍ଚିତ୍ରକୁ ନେଇ ସୋସିଆଲ ମିଡିଆରେ ପ୍ରାୟତଃ ଆଲୋଚନା କରାଯାଇଥାଏ | ବିଶେଷ କରି କରୀନାଙ୍କ ଚରିତ୍ରକୁ ନେଇ ଅନେକ ଚର୍ଚ୍ଚା ହୁଏ। ଏବେ ବି ଦର୍ଶକଙ୍କ ମଧ୍ୟରେ କରୀନାଙ୍କ ଚରିତ୍ର ଗୀତ୍ ଘର କରି ରହିଥିବା ବେଳେ କରୀନା ନିଜ ଚରିତ୍ର ବିଷୟରେ କହିଛନ୍ତି।
ଗୀତର କେଉଁ ଗୁଣକୁ ସେ ଅଧିକ ପସନ୍ଦ କରନ୍ତି ବୋଲି ସାକ୍ଷାତକାରରେ ପଚରାଯିବାରୁ ସେ କହିଥିଲେ, "ସବୁ କିଛି। ଗୀତ୍ ଜଣେ ଉଚ୍ଚାଭିଳାଷୀ ଯୁବତୀ ଥିଲେ ଏବଂ ସମସ୍ତେ ତାଙ୍କ ପରି ବଞ୍ଚିବାକୁ ଚାହୁଁଥିଲେ। ଶାହିଦ ଏହି ଫିଲ୍ମରେ ବହୁତ ଭଲ କାମ କରିଥିଲେ। ଶାହିଦଙ୍କ ବିନା ପ୍ରକୃତରେ ଫିଲ୍ମ ସମ୍ପୂର୍ଣ୍ଣ ହୋଇନଥାନ୍ତା। ଯେତେବେଳେ ମୁଁ 'ଜବ ଉଇ ମେଟ' ଦେଖିଥିଲି ସେତେବେଳେ ଅନୁଭବ କଲେ ଯେ ଏହା ଏକ ସ୍ବତନ୍ତ୍ର ଚଳଚ୍ଚିତ୍ର।"
Follow Us