କରିସ୍ମାଙ୍କ ଏହି ଗୁଣକୁ ପସନ୍ଦ କରନ୍ତି ନାହିଁ କରୀନା

Advertisment

କରିସ୍ମା କପୁର ଏବଂ କରୀନା କପୁର ଖାନ୍ ବି-ଟାଉନର ଲୋକପ୍ରିୟ କଳାକାର | ଦୁହେଁ ଭଉଣୀ ହୋଇଥିଲେ ବି ଏକାଠି କାମ କରିନାହାନ୍ତି। ଏବେ ଦୁହେଁ ପ୍ରଥମ କରି ସାଙ୍ଗ ହୋଇ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ଯୋଗ ଦେବେ।

କରିସ୍ମା କପୁର ଏବଂ କରୀନା କପୁର ଖାନ୍ ବି-ଟାଉନର ଲୋକପ୍ରିୟ କଳାକାର | ଦୁହେଁ ଭଉଣୀ ହୋଇଥିଲେ ବି ଏକାଠି କାମ କରିନାହାନ୍ତି। ଏବେ ଦୁହେଁ ପ୍ରଥମ କରି ସାଙ୍ଗ ହୋଇ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ଯୋଗ ଦେବେ।

kru

ମୁମ୍ବାଇ: କରିସ୍ମା କପୁର ଏବଂ କରୀନା କପୁର ଖାନ୍ ବି-ଟାଉନର ଲୋକପ୍ରିୟ କଳାକାର | ଉଭୟ ବଲିଉଡକୁ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି ଏବଂ ବି-ଟାଉନର ଲୋକପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି | ଦୁହେଁ ଏକାଠି କାମ କରିନଥିଲେ ବି ଉଭୟଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି। ତେବେ ଫିଲ୍ମରେ ଦୁହେଁ ଏକାଠି ନଜର ଆସିନଥିଲେ ବି ପ୍ରଶଂସକମାନେ ଅକ୍ଟୋବର ୧୨ରେ ନେଟଫ୍ଲିକ୍ସର 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ଉଭୟ ଭଉଣୀଙ୍କୁ ଏକାଠି ଦେଖିବାର ସୁଯୋଗ ପାଇବେ | ତେବେ ସୋ’ର ପ୍ରୋମୋ ଆସିବା ପରେ ସେଥିରେ ଦୁହେଁ ପରସ୍ପରର ରହସ୍ୟ ଖୋଲୁଥିବା ଦେଖିବାକୁ ମିଳିଛି।

ଏହି ପ୍ରୋମୋ ଆସିବା ପରେ ଏବେ ଦୁହିଁଙ୍କ ପ୍ରଶଂସକ ଏହି ଅଧ୍ୟାୟକୁ ନେଇ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ସୋ’କୁ ଆସି କରୀନା, କରିସ୍ମାଙ୍କ କେଉଁ ଗୁଣକୁ ପସନ୍ଦ କରନ୍ତି ନାହିଁ ତାହା ଜଣାଇଛନ୍ତି। ସୋ’ର ଉପସ୍ଥାପକ ହାସ୍ୟାଭିନେତା କପିଲ ଶର୍ମା ଯେତେବେଳେ କରୀନାଙ୍କୁ ପଚାରିଥିଲେ ଯେ, ସେ କରିସ୍ମାଙ୍କ କେଉଁ ଗୁଣକୁ ସେ ନାପସନ୍ଦ କରନ୍ତି। ଉତ୍ତରରେ କରୀନା କହିଥିଲେ, କରିସ୍ମ‌ା ସଜ ହୋଇ ବାହାରିବାକୁ ବହୁତ ସମୟ ଲଗାନ୍ତି। ତାଙ୍କର ଏହି ଗୁଣ ମୋତେ ପସନ୍ଦ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe