ଭଉଣୀକୁ ଜନ୍ମଦିନର ଶୁଭକାମନା ଜଣାଇ ଭାବବିହ୍ବୋଳ ପୋଷ୍ଟ ‌ସେୟାର କଲେ କରିନା

କରିସ୍ମାଙ୍କ ୫୧ତମ ଜନ୍ମଦିନ। ଜନ୍ମଦିନର ଶୁଭେଚ୍ଛା ଜଣାଇ ଭଉଣୀ କରିନା କପୁର ଲେଖିଛନ୍ତି, ‘ଚଳିତ ବର୍ଷ ଆମ ପାଇଁ ଦୁଃଖ,କଷ୍ଟ ଓ ଯନ୍ତ୍ରଣାଦାୟକ ରହିଛି। କିଛି କଥା ନାହିଁ ଲୋକ କୁହନ୍ତି ଏ ସମୟ ରହିବ ନାହିଁ। ଆଜି ଦୁଃଖ ପଡ଼ିଛି ସମୟ ଚକ୍ର ଘୁରୁଛି ଆଗକୁ ନିଶ୍ଚୟ ଖୁସି ଆସିବ।

dd7a71ff-e570-4742-922d-678e721cd728

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକର ସବୁଠାରୁ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ । 

କିଛିବର୍ଷ ହେବ କରିସ୍ମା କପୁରଙ୍କୁ ବଡ଼ ପରଦାରେ କମ ଦେଖିବାକୁ ମିଳୁଥିବା ବେଳେ ଗତ କିଛି ଦିନ ଧରି ସେ ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କୁ ହରାଇବା ପରେ ନିରାଶ ଥିବା ସାମ୍ନାକୁ ଆସିଥିବା କିଛି ଫଟୋରେ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

କରିସ୍ମାଙ୍କ ପୂର୍ବତନ ସ୍ୱାମୀ ତଥା ବ୍ୟବସାୟୀ ସଞ୍ଜୟ କପୁର ଲଣ୍ଡନରେ ପୋଲୋ ଖେଳୁଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଯାହା ପରେ ସେ ତାଙ୍କ ପିଲାମାନଙ୍କ ସହିତ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଏବଂ ପରେ ଶୋକ ସଭାରେ ମଧ୍ୟ ପହଞ୍ଚିଥିଲେ ।

ଆଜି କରିସ୍ମାଙ୍କ ୫୧ତମ ଜନ୍ମଦିନ। ଜନ୍ମଦିନର ଶୁଭେଚ୍ଛା ଜଣାଇ ଭଉଣୀ କରିନା କପୁର ଲେଖିଛନ୍ତି, ‘ଚଳିତ ବର୍ଷ ଆମ ପାଇଁ ଦୁଃଖ,କଷ୍ଟ ଓ ଯନ୍ତ୍ରଣାଦାୟକ ରହିଛି। କିଛି କଥା ନାହିଁ ଲୋକ କୁହନ୍ତି ଏ ସମୟ ରହିବ ନାହିଁ। ଆଜି ଦୁଃଖ ପଡ଼ିଛି ସମୟ ଚକ୍ର ଘୁରୁଛି ଆଗକୁ ନିଶ୍ଚୟ ଖୁସି ଆସିବ। ଆମକୁ ଧୌର୍ଯ୍ୟଧରି ସମୟ ସହିତ ତାଳ ଦେଇ ଆଗକୁ ଚାଲିବାକୁ ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe