ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଫଟୋରେ ତୈମୁର୍‌ଙ୍କ କୋଳରେ ଏହି ନବଜାତକ ଜଣକ କିଏ?

Advertisment
ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଫଟୋରେ ତୈମୁର୍‌ଙ୍କ କୋଳରେ ଏହି ନବଜାତକ ଜଣକ କିଏ?

social media

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ଦ୍ବିତୀୟ ସନ୍ତାନକୁ ନେଇ ତାଙ୍କର ଅଗଣିତ ପ୍ରଶଂସକଙ୍କ ଭିତରେ ବେଶ୍‌ ଉତ୍ସୁକତା ଦେଖିବାକୁ ମିଳିଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହ ପରେ ପରେ କରୀନାଙ୍କ ଦ୍ବିତୀୟ ଶିଶୁ ଜନ୍ମନେବାକୁ ଯାଉଛି ବୋଲି ପୂର୍ବରୁ  ଖବର ପ୍ରକାଶ ପାଇଥିଲା। ମାତ୍ର ଏ ଯାଏ ସେହି ଖୁସି ଖବର ପ୍ରଶଂସକଙ୍କ ନିକଟରେ ପହଞ୍ଚି ପାରିନି। ତେବେ, ସୋସିଆଲ୍‌ ମିଡିଆରେ ଏକ ଫଟୋ ବେଶ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଫଟୋରେ ତୈମୁରଙ୍କ କୋଳରେ ଜଣେ ନବଜାତକଙ୍କୁ ଦେଖିବାକୁ ମିଳିଛି। ଲୋକେ ନବଜାତକ ଶିଶୁଟିକୁ କରୀନାଙ୍କ ଦ୍ବିତୀୟ ସନ୍ତାନ ବୋଲି ଅନୁମାନ ଲଗାଉଛନ୍ତି। ମାତ୍ର, ଏହା ସଂପୂର୍ଣ୍ଣ ଗୁଜବ। କରୀନା ଏଯାଏ ଦ୍ବିତୀୟ ସନ୍ତାନ ଜନ୍ମ ଦେଇନାହାନ୍ତି।

‌ତେବେ ତୈମୁରଙ୍କ କୋଳରେ ଏହି କୁନି ଶିଶୁଟି କିଏ? ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଫଟୋଟି ଏକ ବର୍ଷ ତଳର, ଯାହାକୁ ଅଭିନେତ୍ରୀ କରୀନାଙ୍କ ବନ୍ଧୁ ନୈନା କ୍ଲିକ୍‌ କରି ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଦେଇଥିଲେ। ସେହି ଫଟୋଟି ‌ଏବେ ଭାଇରାଲ୍‌ ହେଉଛି।

publive-image
YouTube

କରୀନାଙ୍କ ଡେଲିଭରି ଡେଟ୍‌ ଫେବ୍ରୁଆରି ୧୫ ତାରିଖରେ ଥିଲା। ଆପଣ ଜାଣିଥିବେ ନିଶ୍ଚୟ ଯେ ‌ସୈଫ୍‌ ଓ କରୀନା ୨୦୧୨ ମସିହା ଅକ୍ଟୋବର ୧୬ ତାରିଖରେ ବିବାହ କରିଥି‌ଲେ। ୨୦୧୬ ମସିହାରେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ, ଯାହାଙ୍କ ନାମ ତୈମୁର ଅଲ୍ଲୀ ଖାନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe