ଏହି ଦୁଇ ନାମୀ ନାୟିକାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ!

Advertisment
ଏହି ଦୁଇ ନାମୀ ନାୟିକାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ!

ମୁମ୍ବାଇ: ‘କଫି ଉଇଥ୍‌ କରଣ’ର ସିଜିନ୍‌-୬ ଆରମ୍ଭ ହୋଇଯାଇଛି। ଏଥିରେ ବଲିଉଡର ଦୁଇ ନାମୀ ନାୟିକା ଦୀପିକା ପାଦୁକୋନ୍‌ ଓ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହେବା ପରେ ଏବେ ପୁଣି ଦୁଇଜଣ ନାମୀ ନାୟିକା ଏକାଠି ନଜର ଆସିବେ ବୋଲି ଚର୍ଚ୍ଚା ହେଲାଣି।
ଏହି ଦୁଇ ହଟ୍‌ ହିରୋଇନ୍‌ ହେଲେ କରିନା କପୁର ଖାନ୍‌ ଓ ପ୍ରିୟଙ୍କା ଚୋପ୍ରା। କରିନା ଓ ପ୍ରିୟଙ୍କା ଏଯାଏଁ କେବଳ ଗୋଟିଏ ସିନେମାରେ ଏକାଠି ନଜର ଆସଛନ୍ତି। ଏହି ଫିଲ୍ମଟି ହେଲା ଅବ୍‌ବାସ-ମସ୍ତାନଙ୍କ ନିର୍ଦ୍ଦେଶିତ ‘ଏତରାଜ୍‌’। ଏଥିରେ ଅକ୍ଷୟ କୁମାର ହିରୋ ଭୂମିକାରେ ନଜର ଆସିଥିଲେ।
ପୂର୍ବ ସିଜନ୍‌ରେ ‘କଫି ଉଇଥ୍‌ କରଣ’ର ସଞ୍ଚାଳକ କରଣ ଜୋହର କରିନାଙ୍କୁ ଏକ ପ୍ରଶ୍ନ କରିଥିଲେ। ତାହାର ଉତ୍ତରରେ ପ୍ରିୟଙ୍କା ଚୋପ୍ରାଙ୍କ ଆଡକୁ ତୀର ମାରିଥିଲେ।

publive-image
ଏହାପରେ ଦୁଇ ନାମୀ ନାୟିକା କରିନା ଓ ପ୍ରିୟଙ୍କାଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। କିନ୍ତୁ ଏହାପରେ ମଧ୍ୟ ଏକ ସାକ୍ଷାତକାରରେ କରିନା କପୁର ଖାନ୍‌ ପ୍ରିୟଙ୍କା ଚୋପ୍ରାଙ୍କର ହୃଦୟ ଖୋଲି ପ୍ରଶଂସା କରିଥିଲେ। କରିନା କହିଥିଲେ,ଯାହା ପ୍ରିୟଙ୍କା କରିଛନ୍ତି,ତାହା କେବେ ବି କରିପାରିବେ ନାହିଁ।’ ମୋତେ ଲାଗୁଛି ଯେ ପ୍ରିୟଙ୍କା ଯାହା କରିଛନ୍ତିି,ତାହା ଅଦ୍ଭୁତ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe