ରିଅଲିଟି ସୋ ଜଜ୍‌ ହେବାକୁ ନା!

Advertisment
ରିଅଲିଟି ସୋ ଜଜ୍‌ ହେବାକୁ ନା!

LiveInStyle

ଜଜ୍‌ ହେବାକୁ ମନାକଲେ କରୀନା! କଥା କ’ଣ କି ‘ଇଣ୍ଡିଆଜ୍‌ ନେକ୍‌ସଟ ସୁପର୍‌ଷ୍ଟାର୍‌’ ନାମକ ରିଅଲିଟି ସୋ ନିମନ୍ତେ, ଜଜ୍‌ ବନିବା ପାଇଁ କରୀନାଙ୍କୁ ପ୍ରସ୍ତାବ ଦେଇଥିଲେ, କରଣ ଜୌହର। ସେ ଭାବିଥିଲେ, କରୀନା, ତାଙ୍କୁ ‘ନା’ କହିପାରିବେନାହିଁ। ହେଲେ, ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ତ ଦୂରରେ ଥାଉ, ଆଦୌ ବିଚାରକୁ ନ ନେଇ, ସିଧା-ସଳଖ ମନାକରିଦେଇଛନ୍ତି କରୀନା। ତାଙ୍କ କହିବା କଥା ହେଲା, ହଜାରେ ଧନ୍ଦାରେ ମୁଣ୍ଡ ଭର୍ତ୍ତିକରିବା ପାଇଁ ତାଙ୍କ ପାଖରେ ସମୟ ନାହିଁ। ପୁଅ ଏବେ ଛୋଟ। ତା’ କଥା ବୁଝିବାକୁ ପଡ଼ୁଛି। ତେଣୁ, ଥରକେ ଗୋଟିଏ କାମ କରିବେ। ଫିଲ୍ମରେ ଅଭିନୟ କରୁଛନ୍ତି। ସେତିକି ତାଙ୍କ ପାଇଁ ଯଥେଷ୍ଟ। ଟଙ୍କା-ପଇସା ପାଇଁ ଚାରି ଆଡ଼େ ଯାଇପାରିବେନାହିଁ। ଉତ୍ତମ ବିଚାର, ନା କ’ଣ କହୁଛନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe