Zee News
ବଲିଉଡ୍ ଅଭିନେତ୍ରୀ କରୀନାଙ୍କୁ ୪୧ ବର୍ଷ ଛୁଇଁଛି। ରଣଧୀର ଓ ବବିତା କପୁରଙ୍କ ତନୟା କରୀନା ୧୯୮୦ ମସିହା ସେପ୍ଟେମ୍ବର ୨୧ରେ ଜନ୍ମ ହେଇଥିଲେ। ୨୦୧୨ରେ ସେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ବିବାହ କରିଥିଲେ। ସୈଫ୍ଙ୍କ ଜନ୍ମ ୧୯୭୦ ମସିହା ଅଗଷ୍ଟ ୧୬ ତାରିଖରେ। ସେ ୧୯୯୧ରେ ମସିହାରେ ଅମ୍ରିତା ସିଂହଙ୍କୁ ବିବାହ କରିଥିଲେ। ଅମ୍ରିତାଙ୍କର ସାରା ଅଲ୍ଲୀ ଖାନ୍ ଓ ଇବ୍ରାହିମ୍ ଅଲ୍ଲୀ ଖାନ୍ ନାମକ ଦୁଇ ପୁଅ ଓ ଝିଅ ଅଛନ୍ତି। ସୈଫ୍ ୨୦୧୨ ମସିହାରେ କରୀନାଙ୍କୁ ଦ୍ବିତୀୟ ବିବାହ କରିଥିଲେ। କରୀନାଙ୍କର ଦୁଇଟି ପୁଅ ତୈମୁର ଅଲ୍ଲୀ ଖାନ୍ ଓ ଜେହାଙ୍ଗୀର ଅଲ୍ଲୀ ଖାନ୍ ଅଛନ୍ତି।
ନିଜ ଇନଷ୍ଟାଗ୍ରାମରେ କରୀନା ତାଙ୍କ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଫ୍ୟାନମାନଙ୍କୁ ମିସ୍ କରୁଛନ୍ତି ବୋଲି କହି କ୍ଷମା ମାଗିଛନ୍ତି। କରୀନା ନିଜ ଜନ୍ମଦିନ ପାଳନ କରିବାକୁ ସ୍ବାମୀ ସୈଫ୍ ଓ ଦୁଇ ପୁଅଙ୍କ ସହିତ ମାଲଦ୍ବୀପ ଯାଇଛନ୍ତି। ଦୁଇ ସନ୍ତାନର ଜନନୀ ହେଇ ମଧ୍ୟ କରୀନା ସିନେମାରେ ଅଭିନୟରୁ ନିବୃତି ନେଇନାହାନ୍ତି। ‘ଲାଲ୍ ସିଂହ ଚଢା’ ଚଳଚ୍ଚିତ୍ରରେ ସେ ଅମୀର ଖାନ୍ଙ୍କ ବିପକ୍ଷର ନାୟିକା ସାଜିଛନ୍ତି। ଏହା ବ୍ୟତୀତ ଏକତା କପୁରଙ୍କ ପ୍ରଯୋଜିତ ଏବଂ ହଂସଲ୍ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ନୂଆ ସିନେମାରେ କରୀନା ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହେବେ ବୋଲି ଶୁଣିବାକୁ ମିଳୁଛି।
Follow Us