କରୀନାଙ୍କ ଉଜ୍ଜ୍ବଳ ତ୍ବଚାର ରହସ୍ୟ

Advertisment

ଅଭିନେତ୍ରୀ କରୀନା କପୁରଙ୍କ ଯୁବସୁଲଭ ଠାଣି ଓ ନିଖୁଣ ତଥା ଉଜ୍ଜ୍ବଳ ତ୍ବଚା ତାଙ୍କୁ ସୌନ୍ଦର୍ଯ୍ୟର ଦେବୀପ୍ରତିମା ଭାବେ ଗଢ଼ି ତୋଳିଛି। ସରଳ ଖାଦ୍ୟ ଅଭ୍ୟାସ ଓ ନିୟମିତ ଚର୍ମର ଯତ୍ନ ହେତୁ ତାଙ୍କର ଏପରି କାଳଜୟୀ ଉଜ୍ଜ୍ବଳତା ଜାରି ରହିଛି ବୋଲି ସେ ଦର୍ଶାଇଥାନ୍ତି।

ଅଭିନେତ୍ରୀ କରୀନା କପୁରଙ୍କ ଯୁବସୁଲଭ ଠାଣି ଓ ନିଖୁଣ ତଥା ଉଜ୍ଜ୍ବଳ ତ୍ବଚା ତାଙ୍କୁ ସୌନ୍ଦର୍ଯ୍ୟର ଦେବୀପ୍ରତିମା ଭାବେ ଗଢ଼ି ତୋଳିଛି। ସରଳ ଖାଦ୍ୟ ଅଭ୍ୟାସ ଓ ନିୟମିତ ଚର୍ମର ଯତ୍ନ ହେତୁ ତାଙ୍କର ଏପରି କାଳଜୟୀ ଉଜ୍ଜ୍ବଳତା ଜାରି ରହିଛି ବୋଲି ସେ ଦର୍ଶାଇଥାନ୍ତି।

kareena

ଅଭିନେତ୍ରୀ କରୀନା କପୁରଙ୍କ ଯୁବସୁଲଭ ଠାଣି ଓ ନିଖୁଣ ତଥା ଉଜ୍ଜ୍ବଳ ତ୍ବଚା ତାଙ୍କୁ ସୌନ୍ଦର୍ଯ୍ୟର ଦେବୀପ୍ରତିମା ଭାବେ ଗଢ଼ି ତୋଳିଛି। ସରଳ ଖାଦ୍ୟ ଅଭ୍ୟାସ ଓ ନିୟମିତ ଚର୍ମର ଯତ୍ନ ହେତୁ ତାଙ୍କର ଏପରି କାଳଜୟୀ ଉଜ୍ଜ୍ବଳତା ଜାରି ରହିଛି ବୋଲି ସେ ଦର୍ଶାଇଥାନ୍ତି। ‘ଭଗ୍‌ ଇଣ୍ଡିଆ’ ସହିତ ତାଙ୍କର ଏକ ସାକ୍ଷାତ୍‌କାରରେ ସେ ଉନ୍ମୋଚନ କରିଥିବା ତିନିଟି ‘ତ୍ବଚା ବିଧାନ’ ବାବଦରେ ଜାଣିବା। କରୀନାଙ୍କ କହିବାନୁସାରେ, ତାଙ୍କ ସକାଳର ନିତ୍ୟକର୍ମ ସତେଜତାର ସହ ଅତ୍ୟନ୍ତ ସରଳ। ସେ କିଛି ତାଜା ଫଳ ଓ ସାଧାରଣ ତାପମାତ୍ରାର ଗିଲାସେ ପାଣି ପିଇ ନିଜର ଦିନଚର୍ଯ୍ୟା ଆରମ୍ଭ କରିଥା’ନ୍ତି। ତେବେ ତାଙ୍କର ଖାଦ୍ୟ ଓ ‘ତ୍ବଚା ବିଧାନ’ ବାବଦରେ ସେ କହିଥିଲେ ଯେ, ଚମକପ୍ରଦ ତ୍ବଚା ପାଇଁ ଏକ ସନ୍ତୁଳିତ ଖାଦ୍ୟ ଅପରିହାର୍ଯ୍ୟ।

ଜଣେ ଭଲ ପୋଷଣ ପାଇଲେ ହିଁ ମନରେ ଖୁସି ଅନୁଭବ ଆସିଥାଏ। ବେଳେବେଳେ କଠୋର ଖାଦ୍ୟ ନିର୍ଘଣ୍ଟ ଅନୁସରଣ କଲେ ଏଣୁତେଣୁ ଖାଇଦେବାକୁ ମନ ବଳିପାରେ। ତେଣୁ ସର୍ବଦା ଦୈନିକ ତିନିରୁ ଚାରିଟି ସୁସ୍ଥ ସନ୍ତୋଷଜନକ ସଂପୂର୍ଣ୍ଣ ଭୋଜନ ଦରକାର, ଯାହା ଆନନ୍ଦ ମଧ୍ୟ ଦେଇପାରିବ। ଚର୍ମ ଯତ୍ନ ପାଇଁ ତାଙ୍କର ତିନିଟି ସରଳ ନିୟମ ହେଲା: ପ୍ରଥମେ ମେକ୍‌-ଅପ୍‌ ନେଇ କେବେ ଶୋଇବାକୁ ଯିବ ନାହିଁ। ଦ୍ବିତୀୟରେ ଦିନକୁ ଅତି କମ୍‌ରେ ତିନି ଲିଟର ପାଣି ପିଇବା ବାଞ୍ଛନୀୟ। ସେହିପରି ତୃତୀୟ ନିୟମଟି ହେଉଛି, ଯେତେବେଳେ ଯୁଆଡ଼େ ଗଲେ ବି ପାଖରେ ମଏଶ୍ଚରାଇଜର୍‌ ସାଇତି ରଖିବା ଦରକାର। ଏପରିକି ତ୍ବଚାରେ ଉଠିଥିବା ସାମାନ୍ୟ ବ୍ରଣ ପାଇଁ ପ୍ରଭାବିତ ସ୍ଥାନରେ ଟିକିଏ ଟୁଥ୍‌ପେଷ୍ଟ୍‌ ବୋଳିଦେବା ମଧ୍ୟ ଚମତ୍କାର ଫଳାଫଳ ଆଣିଥାଏ ବୋଲି ସେ ତାଙ୍କର ନିଜସ୍ବ ଉପଚାର ବତାଇଥିଲେ। ଏଥି ସହିତ ଚର୍ମରେ ଆଲମଣ୍ଡ ତେଲ ମାଲିସ କରିବା ଭଳି ଘରୋଇ ଉପଚାର କଥା ମଧ୍ୟ ସେ କହିଥିଲେ। ଶୁଷ୍କ ଚର୍ମ ପାଇଁ ଦହି ଓ ଆଲମଣ୍ଡ ତେଲର ମିଶ୍ରଣ ଭଲ କାମ ଦିଏ ବୋଲି କରୀନାଙ୍କର ମତ। ଗରମ ଦିନରେ ସତେଜ ରହିବାକୁ ସେ ମୁହଁରେ ଶୀତଳୀକୃତ ବାମ୍ଫ ନେବାକୁ ପସନ୍ଦ କରିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe