ବାସନ୍ଦକୁ ନେଇ କରୀନାଙ୍କ ମନ୍ତ୍ର

Advertisment
କରୀନା କପୁର ବଖାଣିଲେ ସୈଫ୍‌ଙ୍କ ସହ ତାଙ୍କ ବାହାଘରର କାରଣ

indulgexpress.com

ପ୍ରତିଯୋଗିତାପୂର୍ଣ୍ଣ ବଲିଉଡ୍‌ ଶିଳ୍ପରେ ଦୀର୍ଘ ସମୟ ଧରି ତିଷ୍ଠି ପାରିଥିବା ଅଭିନେତ୍ରୀଙ୍କ ମଧ୍ୟରୁ କରୀନା କପୁର ଖାନ ଅନ୍ୟତମ। ସେ ଏବେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଲାଲ ସିଂହ ଚଢ଼ା’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ତେବେ ଅମୀର ଖାନ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାରୁ କିଛି ଦିନ ହେଲା ଏହାକୁ ବାସନ୍ଦ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଏକ ଅଭିଯାନ ଚାଲିଛି। ଚଳଚ୍ଚିତ୍ର ବାସନ୍ଦ ନ କରିବା ପାଇଁ ଅମୀର ପୂର୍ବରୁ ନିବେଦନ କରିଥିବା ବେଳେ କରୀନା ଏବେ ବାସନ୍ଦ ସଂସ୍କୃତି ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଆଜିର ଦିନରେ ସଭିଙ୍କର ସ୍ବର ରହିଛି ଏବଂ ମତ ବ୍ୟକ୍ତ କରିବାକୁ ଅନେକ ମଞ୍ଚ ଉପଲବ୍ଧ ଅଛି। ତେଣୁ ଯଦି ବାସନ୍ଦ ପାଇଁ ଆହ୍ବାନ କରାଯାଉଛି ତେବେ ସେଥିପ୍ରତି ଧ୍ୟାନ ନ ଦେବା ଶିଖିବା ଆବଶ୍ୟକ।

ନଚେତ ନିଜ ଜୀବନ ଜିଇବା ଅସମ୍ଭବ ହୋଇଯିବ। ସେହି କାରଣରୁ ସେ ବାସନ୍ଦ ଆଦିକୁ ଗୁରୁତ୍ବ ଦିଅନ୍ତି ନାହିଁ ବୋଲି ଖୋଲାଖୋଲି ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଥଟ୍ଟା ପରିହାସ ଓ ବିରୋଧର ଶରବ୍ୟ ହେବା କରୀନାଙ୍କ ପାଇଁ ନୂଆ କଥା ନୁହେଁ। ତଥାପି ସେ ଏସବୁକୁ ଖାତିର ନ କରି ନିଜ ମନ ଅନୁଯାୟୀ ବ୍ୟକ୍ତିଗତ ଫଟୋ ଓ ଲେଖା ପୋଷ୍ଟ କରନ୍ତି। ଉଲ୍ଲେଖଯୋଗ୍ୟ ଯେ ଦ୍ବିତୀୟ ପୁତ୍ର ଜାହାଙ୍ଗୀରର ଜନ୍ମ ପରେ ‘ଲାଲ ସିଂହ ଚଢ଼ା’ ହେଉଛି କରୀନାଙ୍କ ପ୍ରଥମ ଚଳଚ୍ଚିତ୍ର। ତେଣୁ ସ୍ବାଭାବିକ ଭାବେ ସେ ଏହାକୁ ନେଇ ଖୁବ୍ ଉତ୍ସାହିତ। ସେ କହିଛନ୍ତି ଯେ ଏହା ଆସନ୍ତା ୧୧ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଏବଂ ସେ ନେଇ ସଭିଙ୍କର ମତାମତ ପ୍ରକାଶ ପାଇବା ସ୍ବାଭାବିକ। ବାସନ୍ଦ ଅଭିଯାନ ସତ୍ତ୍ବେ ଏହା ଏକ ଭଲ ଚଳଚ୍ଚିତ୍ର ହୋଇଥିବାରୁ ଏହାକୁ ଭଲ ପ୍ରତିକ୍ରିୟା ମିଳିବ ବୋଲି କରୀନା ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe