କୋଭିଡ -୧୯ ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଫିଲ୍ମ ନିର୍ମାତା କରିମ ମୋରାନିଙ୍କ ଦୁଇ ଝିଅ ଜୋଆ ଓ ଶାଜା

କୋଭିଡ -୧୯ ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଫିଲ୍ମ ନିର୍ମାତା କରିମ ମୋରାନିଙ୍କ ଦୁଇ ଝିଅ ଜୋଆ ଓ ଶାଜା

indiatoday

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତା କରିମ ମୋରାନୀଙ୍କ ଦୁଇ ଝିଅ ଶାଜା ଏବଂ ଜୋଆ ମୋରାନୀଙ୍କ କରୋନାଭାଇରସ ରିପୋର୍ଟ ନେଗେଟିଭ ଆସିବା ପରେ ଦୁହିଁଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। କିଛି ଦିନ ତଳେ ଦୁହେଁ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ମିଳିଥିଲା | ଏହା ପରେ ପରେ ତାଙ୍କ ବାପା ତଥା ଫିଲ୍ମ ନିର୍ମାତା କରିମ ମୋରାନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ | ଯାହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

Karim Morani's daughter Shaza tests positive for coronavirus ...

ତେବେ ଗୋଟେ ସପ୍ତାହ ଚିକିତ୍ସା ପରେ ଏବେ ଶାଜା ଏବଂ ଜୋଆ ମୋରାନୀ ଘରକୁ ଫେରିଛନ୍ତି | ଫିଲ୍ମ ନିର୍ମାତା କରିମ ମୋରାନୀଙ୍କର ଏବେ ବି ଚିକିତ୍ସା ଚାଲୁ ରହିଥିବା ଜଣା ପଡିଛି | ସୂଚନା ମୁତାବକ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରୁ ଫେରିଥିବା ଶାଜା କୌଣସି ଲକ୍ଷଣ ଦେଖାଇ ନଥିଲେ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ତାଙ୍କୁ ଏପ୍ରିଲ ୬ରେ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଭଳି ଭାବରେ ମାର୍ଚ୍ଚ ମଧ୍ୟଭାଗରେ ରାଜସ୍ଥାନରୁ ଫେରିଥିବା ଶାଜାଙ୍କ ଭଉଣୀ ଜୋଆ ମଧ୍ୟ ପରେ ପରେ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା | ଯାହା ପରେ ତାଙ୍କୁ କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe