ଯୁବ ବ୍ୟବସାୟୀ ବରୁନ୍ ବାଙ୍ଗେରାଙ୍କୁ ବିବାହ କଲେ କରିସ୍ମା

ଯୁବ ବ୍ୟବସାୟୀ ବରୁନ୍ ବାଙ୍ଗେରାଙ୍କୁ ବିବାହ କଲେ କରିସ୍ମା

zeenews.india.com

ଦୂରଦର୍ଶନର ପରିଚିତ ତାରକା କରିସ୍ମା ତାନ୍ନା ଫେବ୍ରୁଆରି ୫ ତାରିଖରେ ଯୁବ ବ୍ୟବସାୟୀ ବରୁନ୍ ବାଙ୍ଗେରାଙ୍କୁ ବିବାହ କରିଛନ୍ତି। ବିବାହ ପୂର୍ବରୁ କରିସ୍ମା ଓ ବରୁନଙ୍କ ପାଇଁ ଉଭୟ ପରିବାର ପକ୍ଷରୁ ଏକ ହଳଦୀ ଉତ୍ସବର ଆୟୋଜନ ହୋଇଥିଲା। କରିସ୍ମା ସମ୍ପୂର୍ଣ୍ଣ ସଫେଦ ପୋଷାକ ପରିହିତା ହୋଇଥିଲେ। ସେ ତାଙ୍କ ଅଙ୍ଗରେ ପିନ୍ଧିଥିବା ଗହଣା ଫୁଲ ପରି ସୁଶୋଭିତ ହେଉଥିଲା। ଏହି ଫଟୋକୁ କରିସ୍ମା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ସହ ଫଟୋ ତଳେ କ୍ୟାପ୍‌ସନ୍ ଲେଖିଛନ୍ତି- ‘ପ୍ରତୀକ୍ଷାର ଅନ୍ତ ଘଟିଛି, ଆଜିର ଏ ଖୁସି ମୋ ହସରୁ ହିଁ ଆପଣ ଜାଣିପାରିବେ’।

ଗତବର୍ଷ ନଭେମ୍ବର ମାସରେ ବରୁନ ଓ କରିସ୍ମାଙ୍କ ମଧ୍ୟରେ ବିବାହ ପୂର୍ବରୁ ନିର୍ବନ୍ଧ ହେଇଥିଲା। ସେମାନେ ନିଜ ସମ୍ପର୍କୀୟ କାହିଁକି, ଏପରିକି ନିଜ ବନ୍ଧୁ ଓ ପ୍ରଶଂସକମାନଙ୍କୁ ବି ପରସ୍ପର ଭିତରେ ଗଢ଼ିଉଠିଥିବା ପ୍ରେମ ସମ୍ପର୍କ ବାବଦରେ ଆଦୌ ପ୍ରକାଶ କରି ନ ଥିଲେ। ଯେତେବେଳେ ସେମାନଙ୍କର ଜଣେ ବିଶ୍ବସ୍ତ ବନ୍ଧୁ ଦୁହିଁଙ୍କ ମଧ୍ୟରେ ବିବାହସ୍ଥିର ହେଇସାରିଥିବା କଥା ପ୍ରଘଟ କଲେ, ସେତେବେଳେ ଅନ୍ୟ ସମସ୍ତେ ବରୁନ-କରିସ୍ମାଙ୍କ ନିବିଡ଼ତା ବିଷୟରେ ଜାଣିବାକୁ ପାଇଲେ। ଏହାପରେ ଉଭୟଙ୍କ ପ୍ରଶଂସକମାନେ ଏ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଯୋଜିକା ଏକ୍‌ତା କପୁର ମଧ୍ୟ ଉଭୟଙ୍କ ଦାମ୍ପତ୍ୟ ଜୀବନକୁ ଅଭିନନ୍ଦନ ଜଣାଇଛନ୍ତି।

ଟେଲି ଧାରାବାହିକ ‘କ୍ୟୁଁ କୀ ଶାଶ୍ ଭି କଭି ବୋହୂ ଥି’ରୁ କରିସ୍ମା ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ପରେ ସେ ‘ପ୍ୟାର୍‌ କେ ଦୋ ନାମ: ଏକ୍ ରାଧା, ଏକ୍ ଶ୍ୟାମ’, ‘ଅଦାଲତ’, ‘ବଲ୍‌ବୀର’ ଓ ‘କୟାମତ କୀ ରାତ’ ଆଦିରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇ ଦର୍ଶକଙ୍କୁ ବିମୋହିତ କରିଛନ୍ତି। ଏହା ବ୍ୟତୀତ କରିସ୍ମା ‘ବିଗ୍ ବସ୍ ସିଜନ୍-୮’, ‘ନାଚ୍‌ବଲିୟେ ସିଜନ୍-୭’, ‘ଝଲକ୍ ଦିଖ୍ ଲା ଯା ସିଜନ୍-୯’ ଏବଂ ‘ଖତରୋଁ କେ ଖିଲାଡ଼ି’ ସିଜନ୍-୧୦ ଆଦିରେ ଅଂଶଗ୍ରହଣ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରଣବୀର କପୂରଙ୍କ ଅଭିନୀତ ‘ସଞ୍ଜୁ’ ସିନେମାରେ ମଧ୍ୟ କରିସ୍ମାଙ୍କ କ୍ଷଣିକ ଆବିର୍ଭାବ ଦେଖିବାକୁୂ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe