Image Courtesy: Instagram/@therealkarismakapoor
ଲଣ୍ଡନ୍/ ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା କପୁର ପରିବାରର ଦୁହିତା କରିସ୍ମା କପୁର ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ଜୀବନର ୪୪ଟି ବସନ୍ତକୁ ଅତିକ୍ରମ କରି ୪୫ରେ ପାଦ ଥାପିଥିବା କରିସ୍ମା ଆଜି ନିଜ ଜନ୍ମଦିନ ଅବସରରେ ଏକ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ କଳାରଙ୍ଗର ଏକ ‘ମନୋକିନି’ ପରିଧାନ କରି ନିଜର ଏକ ସୁନ୍ଦର ଫଟୋକୁ ଫ୍ୟାନ୍ମାନଙ୍କ ପାଇଁ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଛାଡ଼ିଥିବା ବେଳେ ଫଟୋ ତଳେ ଏକ ସୁନ୍ଦର କ୍ୟାପ୍ସନ୍ ଲେଖିଛନ୍ତି; ‘ନିଜକୁ ନିଜେ ଭଲ ପାଅ; ବୟସ ନିର୍ବିଶେଷରେ’... (ଲଭ୍ ଇୟୋରସେଲଫ୍ ଆଟ୍ ଏଭ୍ରି ଏଜ୍)।
ସଂପ୍ରତି କିଛି କାମ ସହ ଲଣ୍ଡନରେ ନିଜର ଦୁଇ ସନ୍ତାନଙ୍କ ସହ ଛୁଟି କଟାଉଥିବା କରିସ୍ମାଙ୍କର ଏ ଅନ୍ଦାଜ ଓ ଏ ଫଟୋକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ଙ୍କ ସମେତ ବଲିଉଡ୍ର ବହୁ ନାମୀଦାମୀ ହସ୍ତୀ ତଥା ସହ କଳାକାର। ସେମାନେ କମେଣ୍ଟ ବକ୍ସରେ ଯାଇ କରିସ୍ମାଙ୍କୁ ଜନ୍ମଦିନର ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି। ଏଥିସହ କରିସ୍ମା ତାଙ୍କର ଏହି ଫଟୋ ପୋଷ୍ଟ କରିବାର ମାତ୍ର ଘଣ୍ଟାକ ମଧ୍ୟରେ ତାଙ୍କର ୧.୫ ଲକ୍ଷ ଫ୍ୟାନ୍ ଏହାକୁ ‘ଲାଇକ୍’ କରି ସାରିଲେଣି।
Follow Us