କରିସ୍ମାଙ୍କ ଭଳି ଅବିକଳ ଦେଖାଯାଉଥିବା ଯୁବତୀଙ୍କ ଫ‌ଟୋ ଭାଇରାଲ

Advertisment
କରିସ୍ମାଙ୍କ ଭଳି ଅବିକଳ ଦେଖାଯାଉଥିବା ଯୁବତୀଙ୍କ ଫ‌ଟୋ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଅନେକ ଦିନ ହେବ ବଡ଼ ପରଦାରୁ କେଉଁଆଡେ ଉଭେଇ ଯାଇଛନ୍ତି। ଇତିମଧ୍ୟରେ ପାକିସ୍ତାନର ଜଣେ ଯୁବତୀ ସୋସିଆଲ ମିଡିଆର ସେନସେସନ୍ ପାଲଟିଛନ୍ତି। ଆଉ ସେ ଅବିକଳ କରିସ୍ମାଙ୍କ ଭଳି ଦେଖା ଯାଉଛନ୍ତି।

ପାକିସ୍ତାନରେ ରହୁଥିବା ହିନା ଖାଁଙ୍କର ଏକ ଟିକଟକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ହିନା ଖାଁ ଅବିକଳ ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ଭଳି ଦେଖା ଯାଉଛନ୍ତି। କେବଳ ଯେ ସେ କରିସ୍ମାଙ୍କ ଭଳି ଦେଖା ଯାଉଛନ୍ତି ତାହା ନୁହେଁ ସେ ତାଙ୍କ ଭଳି ଏକ୍ସପ୍ରେସନ ମଧ୍ୟ ଦେଉଛନ୍ତି।

Seen it yet? Karisma Kapoor has got a doppelganger and she is indeed a spitting image of the actor -

ଏହି ଘଟଣାକୁ ନେଇ ହିନା କହନ୍ତି, ସେ କରିସ୍ମାଙ୍କ ଜଣେ ବଡ଼ ପ୍ରଶଂସକ। ତେଣୁ ସେ କରିସ୍ମାଙ୍କ ଭଳି ବସିବା, ଉଠିବା, କଥା କହିବାକୁ ବେଶ ଭଲ ପାଆନ୍ତି। ଅନେକ ସମୟରେ ସେ କରିସ୍ମାଙ୍କ ଭଳି ଅବିକଳ ସଜେଇ ବି ହୋଇଥାଆନ୍ତି।

ହିନାଙ୍କ ସୋସିଆଲ ମିଡିଆରେ ହଜାରେରୁ ଅଧିକ ଫଲୋୟର୍ସ ଅଛନ୍ତି। ଲୋକମାନେ ହିନା ଓ ତାଙ୍କ ଭିଡିଓକୁ ବହୁତ ପସନ୍ଦ ବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe