କରିସ୍ମା କପୁରଙ୍କ ଏହି ଫଟୋ ଅନେକ କିଛି କହୁଛି

Advertisment
କରିସ୍ମା କପୁରଙ୍କ ଏହି ଫଟୋ ଅନେକ କିଛି କହୁଛି

photo-amarujala

ମୁମ୍ବାଇ: ନବେ ଦଶକରେ ଦର୍ଶକଙ୍କ ପ୍ରିୟ ନାୟିକା ବନିଥିବା କରିସ୍ମା କପୁରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ସେ ତାଙ୍କର ବାହାଘରର ସପିଂ ଆରମ୍ଭ କରିଛନ୍ତି। ହଁ ତାଙ୍କୁ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ଜୁଏଲାରି ଦୋକାନରେ ଗହଣା କିଣୁଥିବାର ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର ପ୍ରିୟା ସଚଦେବଙ୍କୁ ବିବାହ କରିବାପରଠୁ କରିସ୍ମା ମଧ୍ୟ ତାଙ୍କର ପ୍ରେମିକ ସନ୍ଦୀପ ତୋଶନିଓ୍ଵାଲ୍‌ଙ୍କୁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ଏହା କରିସ୍ମାଙ୍କର ଦ୍ୱିତୀୟ ବିବାହ ହେବ ।

publive-image photo- amarujala

ଆହୁରି ମଧ୍ୟ ଜଣାପଡିଛି ଯେ ସନ୍ଦୀପ ତୋଶନିଓ୍ଵାଲ୍‌ ଏବଂ ତାଙ୍କର ପତ୍ନୀ ଡାକ୍ତର ଅର୍ଶିତା ଛାଡ଼ପତ୍ର ହୋଇଯାଇଛି।ଏଥିପାଇଁ ସନ୍ଦୀପ ମଧ୍ୟ ଦୁଇ ସନ୍ତାନଙ୍କ ଭରଣପୋଷଣ ବାବଦରେ ୩ କୋଟି ଲେଖାଏଁ ଏବଂ ପତ୍ନୀଙ୍କୁ ୨ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ କରିସ୍ମା କପୁର୍‌ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କଠାରୁ ଅଲଗା ହେବାପରେ ସନ୍ଦୀପ ତୋଶନିଓ୍ଵାଲ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହ ବେଶ୍‌ ପ୍ରାୟ ତିନି ବର୍ଷ ହେବ ପ୍ରେମ ସଂପର୍କରେ ଅଛନ୍ତି । ଏବେ ଏହି ସଂପର୍କକୁ ଆଗକୁ ନେବାପାଇଁ ଚାହୁଁଛନ୍ତି କରିସ୍ମା ଏବଂ ପ୍ରେମିକ ସନ୍ଦୀପ୍‌ । କୁହାଯାଉଛି ଯେ ବୟଫ୍ରେଣ୍ଡ୍‌ଙ୍କ ସହ ଲିଭ୍‌ ଇନ୍‌ ରେ ରହୁଛନ୍ତି କରିସ୍ମା । ଏଣେ ସନ୍ଦୀପ ତୋଶନିଓ୍ଵାଲ୍‌ ,କରିସ୍ମା ଏବଂ ତାଙ୍କର ଦୁଇ ପୁଅ ଝିଅଙ୍କ ପାଇଁ ବାନ୍ଦ୍ରା ଅଞ୍ଚଳରେ ଏକ ଫ୍ଲାଟ୍‌ କିଣିଛନ୍ତି । ଯାହା ଜଣାପଡ଼ୁଛ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ କରିସ୍ମା।

ପୂର୍ବରୁ ତାଙ୍କ ବାପା ରଣଧୀର କପୁର ଏହି ବାହାଘରକୁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସନ୍ଦୀପ ଏକ ମେଡିସିନ୍‌ କଂପାନିରେ ସିଇଓ ଭାବେ କାର୍ଯ୍ୟରତ ଏବଂ କରିସ୍ମାଙ୍କ ବାର୍ଥଡେ ସେଲିବ୍ରେସନରେ ତାଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe