‘ପଦ୍ମାବତ’କୁ ବିରୋଧ: ଭଂସାଲୀଙ୍କ ମା’ଙ୍କ ଉପରେ ଫିଲ୍ମ ପ୍ରସ୍ତୁତ କରିବ କରଣୀ ସେନା! ନାମ ହେବ ‘ଲୀଲା କି ଲୀଲା’

‘ପଦ୍ମାବତ’କୁ ବିରୋଧ: ଭଂସାଲୀଙ୍କ ମା’ଙ୍କ ଉପରେ ଫିଲ୍ମ ପ୍ରସ୍ତୁତ କରିବ କରଣୀ ସେନା! ନାମ ହେବ ‘ଲୀଲା କି ଲୀଲା’

SantaBanta

ଜୟପୁର୍‌ : ବଲିଉଡ୍‍ ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ନିର୍ମିତ ବିବାଦୀୟ ଫିଲ୍ମ ‘ପଦ୍ମାବତ’କୁ କରଣୀ ସେନାର ବିରୋଧ ସତ୍ତ୍ୱେ ଫିଲ୍ମଟି ଜାନୁଆରି ୨୫ ତାରିଖରେ ରିଲିଜ୍‌ ହୋଇଛି। ତେବେ ଏହାକୁ ବିରୋଧ କରି ସଂଜୟ ଲୀଲା ଭଂସାଲୀଙ୍କ ମା’ଙ୍କ ଉପରେ ଏକ ଫିଲ୍ମ ‘ଲୀଲା କି ଲୀଲା’ ପ୍ରସ୍ତୁତ କରାଯିବ ବୋଲି ରାଜପୁତ୍‌ କରଣୀ ସେନା ପକ୍ଷରୁ ଘୋଷଣା କରାଯାଇଛି।

ସୂଚନା ମୁତାବକ୍‌,ଏହି ନିକଟରେ ରାଜ୍‌ପୁତ୍‌ କରଣୀ ସେନାର ଜିଲ୍ଲା ଅଧ୍ୟକ୍ଷ ଗୋବିନ୍ଦ ସିଂହ ଚିତ୍ତୌରଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇବା ସହିତ ‘ପଦ୍ମାବତ’ ବିରୋଧରେ ନିର୍ମାିତା ସଂଜୟ ଲୀଲା ଭଂସାଲୀଙ୍କ ମା’ଙ୍କ ଉପରେ ଏକ ଫିଲ୍ମ ‘ଲୀଲା କି ଲୀଲା’ ପ୍ରସ୍ତୁତ କରିବେ ବୋଲି ଘୋଷଣା କରିଛନ୍ତି। ଏଥିସହିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱ ଅରବିନ୍ଦ ବ୍ୟାସ ନିଭାଇବେ ବୋଲି କହିବା ସହିତ ଏବେ ଏହାର କାହାଣୀ ଲେଖା ଆରମ୍ଭ ହୋଇଛି ବୋଲି ମଧ୍ୟ କହିଛନ୍ତି। ତେବେ ଆଗାମୀ ୧୫ ଦିନରେ ଏହି ଫିଲ୍ମର ଶୁଭ ମୁହୁରତ୍‌ ହେବ ଓ ଏ ବର୍ଷ ଏହାର ରିଲିଜ୍‌ କରାଯିବ ବୋଲି କରଣୀ ସେନାର ଜିଲ୍ଲା ଅଧ୍ୟକ୍ଷ ଗୋବିନ୍ଦ ସିଂହ କହିଛନ୍ତି।

publive-image SantaBanta

ତେବେ କରଣୀ ସେନା ନେତାଙ୍କ କହିବା ମୁତାବିକ୍‌ ‘ଲୀଲା କି ଲୀଲା’ ଫିଲ୍ମର ସୁଟିଂ ରାଜସ୍ଥାନ୍‌ରେ କରାଯିବ। ଏଥି ସହିତ ଭଂସାଲୀଙ୍କ ମା’ ପଦ୍ମାବତୀଙ୍କୁ ଅପମାନିତ କରଥିବା ଯୋଗୁଁ ସେମାନେ ସୁନିଶ୍ଚିତ କରିବେ କି ଏହା ଦ୍ୱାରା ଯେପରି ଭଂସାଲୀ ଅପମାନିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe