ଚର୍ଚ୍ଚାରେ କାର୍ତ୍ତିକ ଆରୟନ୍‌ ଓ କିଆରା ଆଡ୍‌ଭାନୀ

ଚର୍ଚ୍ଚାରେ କାର୍ତ୍ତିକ ଆରୟନ୍‌ ଓ କିଆରା ଆଡ୍‌ଭାନୀ

DNA India

ବଲିଉଡ୍‌ରେ ଏବେ ଚର୍ଚ୍ଚାରେ କାର୍ତ୍ତିକ ଆରୟନ୍‌ ଓ କିଆରା ଆଡ୍‌ଭାନୀ। କିଏ ରକେଟ୍‌ରେ ଉଡୁଛି ତ କି ବିମାନରେ, ଆଉ କିଏ ଅଡ୍ଡି ଓ ବିଏମ୍‌ଡବ୍ଲୁ ଭଳି ଦାମୀ ଚାରିଚକିଆରେ। ହେଲେ କାର୍ତ୍ତିକ ଓ କିଆରାଙ୍କ ଭଳି ଆଗଧାଡ଼ିର କଳାକାର ଯେ ବାଇକ୍‌ରେ ବସି ବୁଲିବେ, ଏକଥା ବିଶ୍ବାସ ହେଉନି। କଥାଟା କିନ୍ତୁ ସତ, ଏ ଦୁହେଁ ବାଇକ୍‌ରେ ବସି ଯାଉଥିବାର ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି। କାର୍ତ୍ତିକ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ କିଆରା ମଧ୍ୟ ସେଇ ନୀଳ ରଙ୍ଗର ସାଲ୍‌ୱାର ଓ କମିଜ୍ ପିନ୍ଧିଛନ୍ତି। ନୂଆ ଚଳଚ୍ଚିତ୍ର ‘ସତ୍ୟପ୍ରେମ କୀ କଥା’ର ସୁଟିଙ୍ଗ୍ ଗୁଜୁରାଟର ଅହମଦାବାଦରେ ଚାଲିଥିବା ବେଳେ କାର୍ତ୍ତିକ କିଆରାଙ୍କୁ ବାଇକ୍ ପଛରେ ବସେଇ ଯାଉଥିବାର ଦୃଶ୍ୟ କ୍ୟାମେରା କଏଦ କରିଛି।

publive-image

ଚଳଚ୍ଚିତ୍ରର ନେରେସନ୍ ପାର୍ଟ ପ୍ରାୟ ୧୫ରୁ ୨୦ ଦିନ ଧରି ଗୁଜୁରାଟରେ ହିଁ ସୁଟିଙ୍ଗ୍ ଚାଲିଛି। ‘ଭୁଲ୍‌ ଭୁଲେୟା-୨’ ଚଳଚ୍ଚିତ୍ର ପରେ କିଆରା ଦ୍ବିତୀୟ ଥର ପାଇଁ କାର୍ତ୍ତିକଙ୍କ ସହ ଯୋଡ଼ି ହେଇଛନ୍ତି। ସାଜିଦ୍‌ ନଦିଆୱାଲା ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ମଧ୍ୟ ତାଙ୍କ ସହ ମିଳିତଭାବେ ସହଯୋଗ କରିଛି ନମଃ ପିକଚର୍ସ। ୨୦୨୩ରେ ମୁକ୍ତିଲାଭ କରିବାକୁ ଧାର୍ଯ୍ୟ ହେଇଥିବା ଏଇ ସିନେମାଟିର ପୂର୍ବ ସିଡ୍ୟୁଲ୍ ମୁମ୍ବାଇରେ ସୁଟ୍ ସରିଛି। ‘ଧମାକା’ ପରେ ଆଗକୁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାରରେ ରିଲିଜ୍ ହେବାକୁଥିବା ‘ଫ୍ରେଡି’ରେ କାର୍ତ୍ତିକ ଅଛନ୍ତି ପ୍ରମୁଖ ଭୂମିକାରେ। ଏଥିରେ ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଆଲାୟା ଏଫ୍। ଏହା ବ୍ୟତୀତ ‘ ଏ କପଲ୍‌ ଅଫ୍ ମନ୍ଥସ୍‌’ ଓ ‘କ୍ୟାପ୍‌ଟେନ୍ ଇଣ୍ଡିଆ’ ଭଳି ଦୁଇଟି ଫିଲ୍ମରେ କାର୍ତ୍ତିକ ଆସିବେ ବୋଲି ଶୁଣାଯାଉଛି।

ଏପାଖେ କିଆରା ମଧ୍ୟ ପ୍ରଯୋଜକ ରାମଚରଣଙ୍କ ‘ଆରସି ୧୫’ରେ ଶଙ୍କରଙ୍କ ବିପକ୍ଷର ନାୟିକା ସାଜିବାକୁ ଯାଉଛନ୍ତି। କିଆରାଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ଯୁଗ୍‌ ଯୁଗ୍‌ ଜିଓ’। ଏଥିରେ ତାଙ୍କ ସହ ଥିଲେ ବରୁନ୍ ଧାୱନ୍, ଅନୀଲ କପୁର ଓ ନିତୁ କପୁର। ଏହା ବ୍ୟତୀତ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ କିଆରାଙ୍କୁ ‘ଶେରଶାହ’ ସିନେମା‌ରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe