BizAsia
ବଲିଉଡର ଉଦୀୟମାନ ଅଭିନେତା କାର୍ତିକ ଆର୍ଯ୍ୟନଙ୍କ ଡିମାଣ୍ଡ ଏବେ ବଢ଼ିଯାଇଛି। ତାଙ୍କୁ ପ୍ରଯୋଜକ ବାସୁ ଭଗନାନୀ ଏକାଥରରେ ୩ଟି ଫିଲ୍ମ ଅଫର ଦେଇଛନ୍ତି। ତେବେ କାର୍ତିକ ଏହି ଅଫର ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନି। ପ୍ୟାର କା ପଞ୍ଚନାମା ଫିଲ୍ମ ମାଧ୍ୟମରେ କାର୍ତିକ ବଲିଉଡରେ ଚର୍ଚ୍ଚାକୁ ଆସିଥିଲେ।
ଏହା ପରେ ହଠାତ କରନ ଜୋହର ତାଙ୍କ ଫିଲ୍ମରୁ କାର୍ତିକଙ୍କୁ ବାହାର କରି ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚା ଯାଉଥିବା ଆଶଙ୍କା କରାଯାଇଥିଲା। ଏବେ କାର୍ତିକଙ୍କ ହାତରେ ଧମାକା, ଭୁଲ ଭୁଲେୟା, ଫ୍ରେଡୀ, ଅଲ୍ଲାବୈକୁଣ୍ଠପୁରମଲୋରର ହିନ୍ଦୀ ରିମେକ ଫିଲ୍ମ ରହିଛି।
Follow Us