Hindustan Times
ଲକ୍ଡାଉନ୍ରେ ଘରେ ସମୟ କାଟୁଥିବା ବଲିଉଡ୍ ତାରକା କାର୍ତିକ ଆର୍ୟାନ ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ଥିବା ଦେଖିବାକୁ ମିଳିଛି। ଏବେ ସେ ନିଜ ଘରେ ‘ଗ୍ରାଜିଆ ମାଗାଜିନ’ ପ୍ରଚ୍ଛଦ ପାଇଁ ଫଟୋ ସୁଟ୍ କରିଛନ୍ତି। ଏଥିରେ କାର୍ତିକଙ୍କୁ ଏକ ନିଆରା ବେଶରେ ଦେଖିବାକୁ ମିଳିଛି। ଫଟୋରେ କାର୍ତିକଙ୍କ କେବଳ ଆଖି ଦେଖିବାକୁ ମିଳିଛି। ମୁହଁଙ୍କୁ ସେ ନିଜ ଜ୍ୟାକେଟ୍ କଲର୍ରେ ଢାଙ୍କି ଦେଇଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ କାର୍ତିକ ଏହି ଫଟୋ ସେୟାର କରିବା ସହ ଲେଖିଛନ୍ତି, କେବଳ ଆଖି ହିଁ ଯଥେଷ୍ଟ। ପ୍ରକାଶଥାଉ କି, କାର୍ତିକଙ୍କ ପାଖରେ ଏବେ ଚଳଚ୍ଚିତ୍ରର ଏକ ଲମ୍ବା ତାଲିକା ରହିଛି। ଆଗକୁ ସେ ଭୁଲ୍ ଭୁଲେୟାଁ-୨ ଓ ଦୋସ୍ତାନା-୨ରେ ଦେଖିବାକୁ ମିଳିବେ।
Follow Us