'ଭୁଲ ଭୁଲୈୟା-୨' ବକ୍ସ ଅଫିସରେ କରିଥିବା ଆୟକୁ ନେଇ ପ୍ରଶ୍ନ, ଓଟିଟିରେ ପସନ୍ଦ କରୁନାହାନ୍ତି ଦର୍ଶକ

Advertisment
'ଭୁଲ ଭୁଲୈୟା-୨' ବକ୍ସ ଅଫିସରେ କରିଥିବା ଆୟକୁ ନେଇ ପ୍ରଶ୍ନ, ଓଟିଟିରେ ପସନ୍ଦ କରୁନାହାନ୍ତି ଦର୍ଶକ

ମୁମ୍ବାଇ: ୨୦୨୨ର ସବୁଠାରୁ ସଫଳ ଚଳଚ୍ଚିତ୍ରରେ 'ଭୁଲ ଭୁଲୈୟା-୨'କୁ ଅନ୍ତର୍ଭୁକ୍ତ କରାଯାଇଛି। ଅନେକ ବଡ଼ ବଡ଼ ବଜେଟର ବଲିଉଡ ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିନଥିବା ବେଳେ ୨୦୦କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି ଅଭିନେତା କାର୍ତ୍ତିକ ଆରୟନଙ୍କ ଫିଲ୍ମ। ଏବେ ମଧ୍ୟ ଫିଲ୍ମଟି ଭଲ ଆୟ କରୁଥିବା ବେଳେ ଓଟିଟିରେ ଦର୍ଶକ ଫିଲ୍ମକୁ ପସନ୍ଦ କରୁନଥିବା ଦେଖାଯାଇଛି।

ଓଟିଟିରେ ଫିଲ୍ମଟି ରିଲିଜ୍ ହେବା ପରେ ଦର୍ଶକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି। ବକ୍ସ ଅଫିସରେ ଫିଲ୍ମଟି ଏତେ କୋଟି କେମିତି ଆୟ କଲା ବୋଲି ଲୋକେ ଟ୍ବିଟ କରି ପ୍ରଶ୍ନ କରିବାରେ ଲାଗିଛନ୍ତି। ଏମିତି କି ଫିଲ୍ମଟି କରିଥିବା ଆୟକୁ ନେଇ ଅନେକ ସନ୍ଦେହ ପ୍ରକାଶ କରିଛନ୍ତି। ଲୋକମାନେ କେବଳ ଫିଲ୍ମକୁ ଖରାପ ବୋଲି କହି ନାହାଁନ୍ତି, କାର୍ତ୍ତିକ ଆରୟନଙ୍କ ଅଭିନୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବାନୁସାରେ, 'ଭୁଲ ଭୁଲୈୟା-୨' ଚଳଚ୍ଚିତ୍ରର ଏକମାତ୍ର ଅଭିନେତ୍ରୀ ତବୁ ହିଁ ଭଲ ଅଭିନୟ କରିଛନ୍ତି।

ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, ମୁଁ ଜାଣିପାରୁନି ଯେ ଭୁଲ ଭୁଲୈୟା-୨ ଦେଖିବା ପରେ କେମିତି ବଞ୍ଚିଛି। ତବୁଙ୍କୁ ଛାଡ଼ିଦେଲେ ଫିଲ୍ମରେ ଦେଖିବା ଭଳି କିଛି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe