Khaleej Times
ମୁମ୍ବାଇ: ପ୍ରେମ ଓ ପରେ ବିଚ୍ଛେଦ ଖବର ଚର୍ଚ୍ଚାରେ ରହିଥିବା ବେଳେ ଦୀର୍ଘ ୨ ବର୍ଷ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଏକତ୍ର ନଜର ଆସିଛନ୍ତି କାର୍ତ୍ତିକ ଆର୍ଯ୍ୟନ ଓ ସାରା ସଲ୍ଲୀ ଖାନ୍। ୨୦୨୦ ମସିହାରେ ଇମ୍ତାଜ୍ ଅଲ୍ଲୀଙ୍କ ‘ଲଭ୍ ଆଜ୍ କଲ୍୨’ ରେ ନଜର ଆସିଥିବା କାର୍ତ୍ତିକ ଓ ସାରାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା ଓ ପରେ ସେମାନଙ୍କ ବ୍ରେକ୍ଅପ୍ ବି ହୋଇ ଯାଇଥିଲା। ଏହି ଖବର ସେମାନଙ୍କ ପ୍ରଶଂସକଙ୍କୁ ନିରାଶ କରିଥିବା ବେଳେ ଏବେ ସାରାଙ୍କ ହାତକୁ କାର୍ତ୍ତିକ ଧରିଥିବା ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପ୍ରଶଂସକ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ଫଟୋଟି ଏକ ମାଗାଜିନ୍ର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପୋଷ୍ଟ୍ ହେବା ପରେ ଭାଇରାଲ୍ ହୋଇଛି। ସାରା ଏକ କଳାରଂଗର ପୋଷାକ ପିନ୍ଧିଥିବା ବେଳେ ଧଳା ରଂଗର ପୋଷାକରେ ନଜର ଆସିଛନ୍ତି କାର୍ତ୍ତିକ। ସାରା ଓ କାର୍ତ୍ତିକଙ୍କର ଏହି ଫଟୋକୁ ଦେଖିବା ପରେ ପ୍ରଶଂସକମାନେ ଖୁବ୍ ଭାବପ୍ରବଣ ପ୍ରତିକ୍ରିୟା ରଖିଛନ୍ତି।
ଜଣେ ପ୍ରଶଂସକ ଲେଖିଛନ୍ତି, ‘ମୁଁ ଜାଣିଛି ଏହା ଏକ ଫଟୋ ମାତ୍ର। ହେଲେ ୨ ବର୍ଷ ୧ ମାସ ହେବ ମୁଁ ଏଇ ଗୋଟାଏ ଫ୍ରେମ୍ ପାଇଁ ଅପେକ୍ଷା କରିଥିଲି।’ ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘ସେମାନଙ୍କୁ ଦେଖିବା ମୁଁ ଆଦୌ ବନ୍ଦ କରିପାରିବିନି।’ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ମୁଁ ଭୁଲ୍ ଥିଲି। ସବୁ କିଛି ୨ ବର୍ଷର ତଳ ପରି ଅଛି। ସମାନ ଆଖି ମିଳନ ଓ ସବୁ କିଛି ପୂର୍ବ ପରି ସମାନ।’
Follow Us