ତୁମେ ମୋ ଜୀବନ; ଶ୍ରୀଲୀଲାଙ୍କ ସହ ଫଟୋ ସେୟାର କରି ଏଭଳି ଲେଖିଲେ କାର୍ତ୍ତିକ

ଖୁବଶୀଘ୍ର ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଆରୟନ। ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ କାର୍ତ୍ତିକ।

tkartikaray

ମୁମ୍ବାଇ: ଖୁବଶୀଘ୍ର ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଆରୟନ। ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ କାର୍ତ୍ତିକ। କିଛି ଦିନ ତଳେ ଫିଲ୍ମର ଗୋଟେ ଝଲକ ଦର୍ଶକ ଦେଖିବାକୁ ପାଇଥିଲେ। ସେବେଠାରୁ କାର୍ତ୍ତିକ ଓ ଶ୍ରୀଲୀଲା ଚର୍ଚ୍ଚାରେ ରହିଛନ୍ତି। ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ଫିଲ୍ମ ଆସିବା ପୂର୍ବରୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏହି ଚର୍ଚ୍ଚା ମଧ୍ୟରେ କାର୍ତ୍ତିକ ସେୟାର କରିଥିବା ଫଟୋ ଜଳୁଥିବା ନିଆଁରେ ଘିଅ ଢ଼ାଳିଛି। ଫଟୋରେ, କାର୍ତ୍ତିକ ଦାର୍ଜିଲିଂର ଉପତ୍ୟକାରେ ଶ୍ରୀଲୀଳାଙ୍କ ସହ ଚା’ ପିଉଥିବାର ଦେଖାଯାଇଛି। 

କାର୍ତ୍ତିକ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀଲୀଲାଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟ ଏକ ବଗିଚାରେ ବସିଥିବାର ଦେଖାଯାଉଛି। ଫଟୋରେ କାର୍ତ୍ତିକଙ୍କର ଲମ୍ବା ଦାଢ଼ି ଥିବା ସହ ତାଙ୍କ କେଶ ମଧ୍ୟ ବହୁତ ଲମ୍ବା ଅଛି। ଅନ୍ୟପକ୍ଷରେ ଶ୍ରୀଲୀଲା ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଛି। ଏହି ଫଟୋ ସେୟାର କରିକାର୍ତ୍ତିକ କ୍ୟାପସନରେ ଲେଖିଛନ୍ତି, "ତୁମେ ମୋ ଜୀବନ।"

kartik-aaryan | sree-leela | Entertainment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe