ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହେଲେ ଲାପିଦ-ମେହବୁବା ଦାୟୀ ରହିବେ: ବିବେକ ଅଗ୍ନିହୋତ୍ରୀ

Advertisment
ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହେଲେ ଲାପିଦ-ମେହବୁବା ଦାୟୀ ରହିବେ: ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି)ର ଜୁରି ହେଡ୍‌ ନଦବ ଲାପିଡଙ୍କ ବୟାନକୁ ନେଇ ଏବେ ଭାରତରେ ଝଡ଼ ସୃଷ୍ଟି ହୋଇଛି। କିଛି ନଦବଙ୍କୁ ସମର୍ଥନ କରୁଥିବା ବେଳେ କିଛି ତାଙ୍କ ବୟାନକୁ ବିରୋଧ କରୁଛନ୍ତି। ଟ୍ବିଟ ଜରିଆରେ ନିଜର ପ୍ରତିକ୍ରିୟା ରଖୁଥିବା ଫିଲ୍ମ ନିର୍ମାତା ତଥା ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବେ ଆଉ ଏକ ଟ୍ବିଟ କରିଛନ୍ତି। ଏହି ଟ୍ବିଟରେ ସେ ନଦବ ଲାପିଡ ଓ ତାଙ୍କ କଥାକୁ ସମର୍ଥନ ଜଣାଇଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଟାର୍ଗେଟ କରିଛନ୍ତି।

ସେ ନିଜର ଏକ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି ଯେ, ଏହି ଘଟଣା ପରେ ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହ‌େଲେ ଆପଣ ଜାଣିଛନ୍ତି ଯେ, ଏଥିପାଇଁ ଦାୟୀ କିଏ ହେବ। ଏହି କ୍ୟାପସନ ସହ ସେ ନିଜର ଏକ ଟ୍ବିଟକୁ ରିଟ୍ବିଟ କରିଛନ୍ତି। ରିଟ୍ବିଟ କରାଯାଇଥିବା ଟ୍ବିଟରେ ୪ଟି ଫଟୋ ରହିଛି। ପ୍ରଥମ ଫଟୋରେ ନଦବ ଲାପିଡ, ଦ୍ବିତୀୟ ଫଟୋରେ ମେହବୁବା ମୁଫତିଙ୍କ ଫଟେ ସହ ତୃତୀୟ ଓ ଚତୁର୍ଥ ଫଟୋରେ କଶ୍ମୀର ହିନ୍ଦୁଙ୍କ ସୂଚୀ ରହିଛି। ଏହି ଟ୍ବିଟର କ୍ୟାପସନରେ ଲେଖାଯାଇଛି ଯେ, ଭାରତ ସରକାରଙ୍କ ପ୍ଲାଟଫର୍ମ ଇଫି-୨୦୨୨ରୁ ଇସଲାମବାଦୀ ଆତଙ୍କବାଦୀଙ୍କୁ ଖୋଲାଖୋଲି ଭାବେ ଆଦର୍ଶଗତ ସମର୍ଥନ ଦିଆଯିବାର ଏକ ସପ୍ତାହ ମଧ୍ୟରେ ରେଜିଷ୍ଟାନ୍ସ ଫ୍ରଣ୍ଟ କଶ୍ମୀର ହିନ୍ଦୁମାନଙ୍କର ଏକ ତାଲିକା ଜାରି କରି ସେମାନଙ୍କୁ ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କରାଯିବ ବୋଲି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe