ଯଦି ଆପଣ ମର୍ଦ ପୁଅ ସମୟ ନଷ୍ଟ ନକରି ଯାଅ ‘ମଣିପୁର ଫାଇଲ୍ସ’ ନିର୍ମାଣ କର: ସୋସିଆଲ ମିଡିଆ ବ୍ୟବହାରକାରୀ

Advertisment
ଯଦି ଆପଣ ମର୍ଦ ପୁଅ ସମୟ ନଷ୍ଟ ନକରି ଯାଅ ‘ମଣିପୁର ଫାଇଲ୍ସ’ ନିର୍ମାଣ କର: ସୋସିଆଲ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ସିନେ ନିର୍ଦ୍ଦେଶକ ବି‌ବେକ ଅଗ୍ନିହୋତ୍ରୀ ‘ମଣିପୁର ଫାଇଲ୍ସ’କୁ ନେଇ ଆଲୋଚନା କରିଛନ୍ତି। ଆଜି ବିବେକ ତାଙ୍କ ୱେବ ସିରିଜ ‘ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ’ର ଟ୍ରେଲର ଲଞ୍ଚ କରିଛନ୍ତି।

ତାଙ୍କର ଏହି ୱେବ ସିରିଜର ଟ୍ରେଲର ଦେଖି କିଛି ଲୋକ ଭାବୁକ ହୋଇଯାଇଥିବା ବେଳେ ଆଉ କିଛି ଏହାକୁ ନକଲି ବୋଲି କହୁଛନ୍ତି। ଏଥିସହିତ ସୋସିଆଲ ମିଡିଆ ବ୍ୟବହାରକାରୀ ବିବେକଙ୍କୁ ଟୁଇଟରରେ ଟ୍ୟାଗ କରି ‘ମଣିପୁର ଫାଇଲ୍ସ’ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି।

ସୋସିଆଲ ମିଡିଆ ବ୍ୟବହାରକାରୀ ଟୁଇଟରରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ‘ସମୟ ନଷ୍ଟ କର ନାହିଁ। ଯାଆନ୍ତୁ ‘ମଣିପୁର ଫାଇଲ୍ସ’ ତିଆରି କରନ୍ତୁ…. ଯଦି ଆପଣ ବାସ୍ତବରେ ମର୍ଦ ପୁଅ।

ଏହାର ଉତ୍ତରରେ ବି‌ବେକ ଲେଖିଛନ୍ତି, ‘ମୋ ଉପରେ ଏତେ ବିଶ୍ବାସ ରଖିଥିବାରୁ ଧନ୍ୟବାଦ। ସମସ୍ତ ସିନେମାରେ ମୋତେ ହିଁ କାମ କରେଇବ ନା କ’ଣ? ତୁମର ‘ଟିମ ଇଣ୍ଡିଆ’ରେ କ’ଣ କେହି ‘ମର୍ଦ’ ସିନେମା ନିର୍ମାତା ନାହାନ୍ତି କି?।

ବିବେକ ତାଙ୍କ ୱେବ ସିରିଜ ‘ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ’ ଓଟିଟି ପ୍ଲାଟଫର୍ମରେ ଜି୫ରେ ରିଲିଜ ହେବ। ଏଯାବତ ବିବେକ ଅଗ୍ନିହୋତ୍ରୀ ୱେବ ସିରିଜର ଘୋଷଣା କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe