ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ହାଇଦ୍ରାବାଦ୍‌ରୁ ଗିରଫ କଲା ଚେନ୍ନାଇ ପୁଲିସ

ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ହାଇଦ୍ରାବାଦ୍‌ରୁ ଗିରଫ କଲା ଚେନ୍ନାଇ ପୁଲିସ। ଅଭିନେତ୍ରୀଙ୍କ ବିରୋଧରେ ୨୦୨୩ର ବିଏନଏସ ଆଇନର ଧାରା ୧୯୧ ଏବଂ ୧୯୨ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

s

ଚେନ୍ନାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ଚେନ୍ନାଇର ଏଗମୋର ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି। ତେଲୁଗୁ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ବୟାନ ଦେଇଥିବାରୁ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ନଭେମ୍ବର ୧୬ ରେ ଏଗମୋର ପୁଲିସ ଷ୍ଟେସନର ଏକ ଟିମ୍ ହାଇଦ୍ରାବାଦରେ ପହଞ୍ଚି ଅଭିନେତ୍ରୀଙ୍କୁ ନରସିଂହିର ଏକ ଫ୍ଲାଟରୁ ଗିରଫ କରିଛି। 

ଅଭିନେତ୍ରୀଙ୍କ ବିରୋଧରେ ୨୦୨୩ର ବିଏନଏସ ଆଇନର ଧାରା ୧୯୧ ଏବଂ ୧୯୨ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଟିମ୍ ସକାଳ ପ୍ରାୟ ସାଢ଼େ ୮ଟାରେ ତାଙ୍କୁ ଗିରଫ କରିଥିଲା ଏବଂ ଏବେ ଟ୍ରାନଜିଟ୍ ୱାରେଣ୍ଟରେ ଚେନ୍ନାଇ ନିଆଯିବ।
ଅଭିନେତ୍ରୀଙ୍କ ବିରୋଧରେ ୨୦୨୩ ର ବିଏନଏସ ଆଇନର ଧାରା ୧୯୧ ଏବଂ ୧୯୨ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ଟିମ୍ ସକାଳ ପ୍ରାୟ ସାଢ଼େ ୮ଟାରେ ତାଙ୍କୁ ଗିରଫ କରିଥିଲା ଏବଂ ଏବେ ଟ୍ରାନଜିଟ୍ ୱାରେଣ୍ଟରେ ଚେନ୍ନାଇ ନିଆଯିବ।

ସୂଚନାଯୋଗ୍ୟ. ଗତ ନଭେମ୍ବର ୩ ତାରିଖରେ ବ୍ରାହ୍ମଣଙ୍କ ସମର୍ଥନରେ ଏକ ବିକ୍ଷୋଭସ୍ଥଳରେ କସ୍ତୁରୀ ଶଙ୍କର ତାଙ୍କ ଅଭିଭାଷଣରେ ଆପତ୍ତିଜନକ ବୟାନ ଦେଇଥିଲେ। ସେ କହିଥିଲେ ଯେ କିଛି ଦ୍ରାବିଡ଼ ଚିନ୍ତକ ବ୍ରାହ୍ମଣମାନଙ୍କୁ ବାହାର ଲୋକ ବୋଲି ବର୍ଣ୍ଣନା କରନ୍ତି। ଶତାବ୍ଦୀ ପୂର୍ବେ ତତ୍କାଳୀନ ଶାସକଙ୍କ ସେବା କରିବା ପାଇଁ ରାଜ୍ୟକୁ ଆସିଥିବା କିଛି ତେଲୁଗୁଭାଷୀ ଲୋକ ଏବେ ତାମିଲ ବୋଲି ଦାବି କରୁଛନ୍ତି। ତାମିଲ ବ୍ରାହ୍ମଣମାନଙ୍କୁ ତାମିଲ ବୋଲି ବିବେଚନା କରାଯାଉନାହିଁ।  

କସ୍ତୁରୀ ଶଙ୍କରଙ୍କ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା, ଯାହା ପରେ ଅଭିନେତ୍ରୀ ତାଙ୍କ ବୟାନ ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ଚେନ୍ନାଇ ପୁଲିସର ଏକ ଟିମ୍ ତାଙ୍କୁ ହାଇଦ୍ରାବାଦର ଜଣେ ଫିଲ୍ମ ନିର୍ମାତାଙ୍କ ଘରୁ ଗିରଫ କରିଛି । କସ୍ତୁରୀଙ୍କୁ ଚେନ୍ନାଇ ଅଣାଯାଇ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି। ଗିରଫ ଭୟରେ କସ୍ତୁରୀ ଶଙ୍କର ନିକଟରେ ମାଡ୍ରାସ ହାଇକୋର୍ଟର ମଦୁରାଇ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe